Home ରାଜ୍ୟଶିକ୍ଷକ-କର୍ମଚାରୀଙ୍କ ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟ ଘେରାଉ : ୬ ଦଫା ଦାବି ପୂରଣ ପାଇଁ ଜୋରଦାର ପ୍ରତିବାଦ।

ଶିକ୍ଷକ-କର୍ମଚାରୀଙ୍କ ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟ ଘେରାଉ : ୬ ଦଫା ଦାବି ପୂରଣ ପାଇଁ ଜୋରଦାର ପ୍ରତିବାଦ।

by Maraguda Express
0 comments
ନୂଆପଡ଼ା -୭/୮- ଓଡ଼ିଶା ସ୍କୁଲ୍-କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତିର ଆହ୍ୱାନ କ୍ରମେ ଗୁରୁବାର ନୂଆପଡ଼ାରେ ଶତାଧିକ ଶିକ୍ଷକ ଓ କର୍ମଚାରୀ ଏକତ୍ରିତ ହୋଇ ଜିଲ୍ଲା ଶିକ୍ଷାଧିକାରୀ (ଡିଇଓ) କାର୍ଯ୍ୟାଳୟ ଘେରାଉ କରିବା ସହ ଧାରଣାରେ ବସିଥିଲେ। ପ୍ରଥମେ ସହରରେ ଏକ ବିଶାଳ ପ୍ରତିବାଦ ରାଲି ଅନୁଷ୍ଠିତ ହୋଇଥିଲା। ପରେ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା ଆୟୋଜିତ ହୋଇ ଶିକ୍ଷା କ୍ଷେତ୍ରର ବିଭିନ୍ନ ସମସ୍ୟା ଉପରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା।ଜିଲ୍ଲା ସଭାପତି ବନ ବିହାରୀ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସମନ୍ୱୟ ସମିତିର ଜିଲ୍ଲା ଆବାହକ ଓ ଓଷ୍ଟା ଜିଲ୍ଲା ସମ୍ପାଦକ ରବୀନ୍ଦ୍ରନାଥ ଯୋଷୀ ଗ୍ରାମାଞ୍ଚଳର ଶିକ୍ଷା ବ୍ୟବସ୍ଥାର ଅବ୍ୟବସ୍ଥା ଓ ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଏବଂ କଲେଜ ପ୍ରତି ସରକାରଙ୍କ ଅବହେଳା ନେଇ ଉଦ୍ବେଗ ପ୍ରକାଶ କରିଥିଲେ।
ଏହାପରେ ଜିଲ୍ଲା ଶିକ୍ଷାଧିକାରୀ ପ୍ରଶାନ୍ତ କୁମାର୍ ମହାନ୍ତି ଙ୍କ ମାଧ୍ୟମ ରେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ଉଭୟ ଶିକ୍ଷାମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା।ମୁଖ୍ୟ ଦାବି ଗୁଡ଼ିକ ହେଲା, ଯୋଗ୍ୟ ବିବେଚିତ ୧୯୪ଟି ବିଦ୍ୟାଳୟକୁ ତୁରନ୍ତ ଅନୁଦାନ ପ୍ରଦାନ।
ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଶିକ୍ଷକ-କର୍ମଚାରୀଙ୍କୁ ଚାକିରି ସର୍ତ୍ତାବଳୀ ଓ ପେନ୍‌ସନ ସୁବିଧା।
ପୂର୍ଣ୍ଣ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକୁ ସରକାରୀ ମାନ୍ୟତା।
ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ପୂର୍ବ ୬ ବର୍ଷର ସେବାକାଳକୁ ମୂଳ ଚାକିରିରେ ଗଣନା।
ଅବସର ବୟସ ସୀମାକୁ ୬୨ ବର୍ଷ କରିବା।
୨୮୦୦ ଗ୍ରେଡ୍ ପେ’ରେ ଥିବା ଅସଙ୍ଗତି ଦୂରୀକରଣ। ଏହି ଆନ୍ଦୋଳନରେ ଭରତ ବେହେରା, ପଞ୍ଚାନନ ମଟାରୀ, ସୁବାଷ ଚନ୍ଦ୍ର ସାହୁ, ସିମାଞ୍ଚଳ ଦାସ, ଚତୁର୍ଭୁଜ ସିଂଦେଓ, ତପନ ବହିଦାର, ମହତାବ ଗିରି, ପ୍ରଫୁଲ୍ଲ ମହାରଣା, ପାଣ୍ଡୁରମ ପାଣ୍ଡେ, ଆଦାମ ପାଣ୍ଡେ, ଚିତ୍ତରଞ୍ଜନ ଦୁବେ, ପରମେଶ୍ୱର କଠାର, ରାଜକୁମାର ତାଣ୍ଡି, କିଶୋର ଚନ୍ଦ୍ର ଯୋଷୀ, ଶର୍ମିଲା ଶତପଥୀ, ଅନୀମା ପଣ୍ଡା ଓ ନବକିଶୋର ଆଚାର୍ଯ୍ୟ ପ୍ରମୁଖ ସକ୍ରିୟ ଭାବେ ନେତୃତ୍ୱ ନେଇଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha