140
ଦେଶର ସ୍ୱାଭିମାନ ଓ ଗୌରବର ପ୍ରତୀକ ‘ବନ୍ଦେ ମାତରମ୍’ ପ୍ରତି କଂଗ୍ରେସର ଏଭଳି ମନୋଭାବକୁ ବିରୋଧ କରି ନୂଆପଡ଼ା ଜିଲ୍ଲା ବିଜେପି ପକ୍ଷରୁ ଆଜି ପ୍ରାୟ ୪ ଟା ସମୟ ରେ ଏକ ବିଶାଳ ପ୍ରତିବାଦ ସଭା ଓ ଶୋଭାଯାତ୍ରା ଏକତା ଛକ ଠାରେ ଅନୁଷ୍ଠିତ ହୋଇଯାଇଛି।
ନୂଆପଡ଼ା -୧୬/୦୮- ନୂଆଦିଲ୍ଲୀ ସ୍ଥିତ ଏଆଇସିସି ମୁଖ୍ୟ କାର୍ଯ୍ୟାଳୟରେ କଂଗ୍ରେସ ନେତୃବୃନ୍ଦଙ୍କ ଦ୍ୱାରା ଜାତୀୟ ଗୀତ ‘ବନ୍ଦେ ମାତରମ୍’ ପ୍ରତି ଅସମ୍ମାନ ପ୍ରଦର୍ଶନ କରାଯାଇଥିବା ଅଭିଯୋଗରେ ସାରା ଦେଶ ସମେତ ନୂଆପଡ଼ାରେ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
