Home ରାଜ୍ୟକୋମନା ରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର: ୬୦ଟି ଅଭିଯୋଗର ଶୁଣାଣି ସହ ରେଡକ୍ରସ ପାଣ୍ଠିରୁ ଆର୍ଥିକ ସହାୟତା ବଣ୍ଟନ।

କୋମନା ରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର: ୬୦ଟି ଅଭିଯୋଗର ଶୁଣାଣି ସହ ରେଡକ୍ରସ ପାଣ୍ଠିରୁ ଆର୍ଥିକ ସହାୟତା ବଣ୍ଟନ।

by Maraguda Express
0 comments
ନୂଆପଡ଼ା -୧୭/୦୮- ପ୍ରଶାସନିକ ’ତୃଣମୂଳ ସ୍ତରରେ ଅଧିକ କ୍ରିୟାଶୀଳ ତଥା ଲୋକାଭିମୁଖୀ କରିବା ଲକ୍ଷ୍ୟରେ କୋମନା ବ୍ଲକ ପରିସରରେ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଏକ ବୃହତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।
​🔷ଶିବିରର ପ୍ରମୁଖ ବିଶେଷତା:
​ତ୍ୱରିତ ସମାଧାନ: ଶିବିରରେ ମୋଟ ୬୦ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା (୪୮ଟି ବ୍ୟକ୍ତିଗତ ଓ ୧୨ଟି ଗୋଷ୍ଠୀଗତ)। ଜିଲ୍ଲାପାଳ ପ୍ରତ୍ୟେକ ଅଭିଯୋଗକାରୀଙ୍କ ସମସ୍ୟା ଶୁଣି ତୁରନ୍ତ ନ୍ୟାୟ ପ୍ରଦାନ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।
​🔷ରେଡକ୍ରସ ପାଣ୍ଠିରୁ ଆର୍ଥିକ ସହାୟତା:          ଅସହାୟ ହିତାଧିକାରୀଙ୍କ ମଧ୍ୟରେ ରେଡକ୍ରସ ପାଣ୍ଠିରୁ ତତ୍କାଳୀନ ସହାୟତା ରାଶି ପ୍ରଦାନ କରାଯାଇଛି।
​⭐ଲଳିତା ଦୁରିଆ  ୧୦,୦୦୦ ଟଙ୍କା,
​କୁନ୍ତୀଦେଇ ଶବର, ⭐ଅମ୍ବିକା ମାଝୀ,⭐ ଭୂମିସୂତା ଦୀପ ଓ ପ୍ରେମ ସୁନା  ପ୍ରତ୍ୟେକଙ୍କୁ ୫,୦୦୦ ଟଙ୍କା ଲେଖାଏଁ।
​🔷ସ୍ୱାସ୍ଥ୍ୟ ସେବା: ଏହି ଅବସରରେ ବ୍ଲକ ପରିସରରେ ବରିଷ୍ଠ ନାଗରିକଙ୍କ ପାଇଁ ଏକ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ତଥା ଆୟୁଷ୍ମାନ ଆରୋଗ୍ୟ ଶିବିରର ଆୟୋଜନ କରାଯାଇଥିଲା।

 

​ଏହି ଶିବିରରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ସୁର୍ମି ସୋରେନ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ  ଡା. ଦ୍ୱାରିକାନାଥ ଶତପଥୀ, ଡି ଏଫ୍ ଓ ଅଜିଜ ଖାନ, କୋମନା ବ୍ଲକ ଅଧ୍ୟକ୍ଷା ଅନୁସୂୟା କୁମ୍ଭାର, ଉପାଧ୍ୟକ୍ଷ ଜୟଦେବ ପ୍ରଧାନ, ଡେପୁଟି ଜିଲ୍ଲାପାଳ ଶେଖ ନସୀମ, ବିଡିଓ ପବିତ୍ର କୁମାର ସାମଲ, ତହସିଲଦାର ସର୍ବେଶ୍ୱର ଜାଲଙ୍କ ସମେତ ସମସ୍ତ ଜିଲ୍ଲା ଓ ବ୍ଲକସ୍ତରୀୟ ଅଧିକାରୀ ଏବଂ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha