258
ନୂଆପଡ଼ା -୨୯/୮- ନୂଆପଡ଼ା ଜିଲ୍ଲା କୋମନା ବ୍ଲକ କୁରୁମପୁରୀ ନିକଟ ଲଟକନପଡ଼ା ରାସ୍ତା ରେ ଆଜି ଏକ ଗୁରୁତର ସଡ଼କ ଦୁର୍ଘଟଣା ଘଟିଛି। ଏକ ସ୍କୁଲ୍ ଭ୍ୟାନ୍ ଓ ଏର୍ଟିଗା କାର୍ ମଧ୍ୟରେ ଧକ୍କା ହେବାରୁ ମୋଟ ୧୨ ଜଣ ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ, ସ୍କୁଲ୍ ଭ୍ୟାନ୍ରେ ଯାଉଥିବା ସେଣ୍ଟ ମେରୀ ସ୍କୁଲ୍ ନୂଆପଡ଼ା ର ୬ ଜଣ ଛାତ୍ରଛାତ୍ରୀ ଏବଂ ଏର୍ଟିଗା କାର୍ରେ ଥିବା ୬ ଜଣ ଯାତ୍ରୀ ଏହି ଦୁର୍ଘଟଣାରେ ଆହତ ହୋଇଛନ୍ତି।
ଦୁର୍ଘଟଣା ପରେ ଘଟଣାସ୍ଥଳରେ ଆତଙ୍କର ପରିବେଶ ସୃଷ୍ଟି ହୋଇଥିଲା। ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ। ଆହତମାନଙ୍କୁ ଶୀଘ୍ର ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH) କୁ ନିଆଯାଇଥିବା ବେଳେ ଡାକ୍ତରମାନେ ଚିକିତ୍ସା ଆରମ୍ଭ କରିଥିଲେ।
ଆହତଙ୍କ ମଧ୍ୟରେ ୧୧ ବର୍ଷୀୟ ଛାତ୍ରୀ ମେଘା ସାହୁଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ପରେ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ରାୟପୁରକୁ ରେଫର୍ କରାଯାଇଛି। ଏହାକୁ ନେଇ ପରିବାର ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି।