Home ରାଜ୍ୟସଡ଼କ ଦୁର୍ଘଟଣା- ସ୍କୁଲ୍ ଭ୍ୟାନ୍‌ କୁ ଧକ୍କା ଦେଲା ଏର୍ଟିଗା କାର୍‌ : ୧୨ ଜଣ ଆହତ, ଛାତ୍ରୀଙ୍କ ଅବସ୍ଥା ଗୁରୁତର।

ସଡ଼କ ଦୁର୍ଘଟଣା- ସ୍କୁଲ୍ ଭ୍ୟାନ୍‌ କୁ ଧକ୍କା ଦେଲା ଏର୍ଟିଗା କାର୍‌ : ୧୨ ଜଣ ଆହତ, ଛାତ୍ରୀଙ୍କ ଅବସ୍ଥା ଗୁରୁତର।

by Maraguda Express
0 comments
ନୂଆପଡ଼ା -୨୯/୮- ନୂଆପଡ଼ା ଜିଲ୍ଲା କୋମନା ବ୍ଲକ କୁରୁମପୁରୀ ନିକଟ ଲଟକନପଡ଼ା ରାସ୍ତା ରେ ଆଜି ଏକ ଗୁରୁତର ସଡ଼କ ଦୁର୍ଘଟଣା ଘଟିଛି। ଏକ ସ୍କୁଲ୍ ଭ୍ୟାନ୍‌ ଓ ଏର୍ଟିଗା କାର୍‌ ମଧ୍ୟରେ ଧକ୍କା ହେବାରୁ ମୋଟ ୧୨ ଜଣ ଆହତ ହୋଇଛନ୍ତି।ସୂଚନା ଅନୁଯାୟୀ, ସ୍କୁଲ୍ ଭ୍ୟାନ୍‌ରେ ଯାଉଥିବା ସେଣ୍ଟ ମେରୀ ସ୍କୁଲ୍‌ ନୂଆପଡ଼ା ର ୬ ଜଣ ଛାତ୍ରଛାତ୍ରୀ ଏବଂ ଏର୍ଟିଗା କାର୍‌ରେ ଥିବା ୬ ଜଣ ଯାତ୍ରୀ ଏହି ଦୁର୍ଘଟଣାରେ ଆହତ ହୋଇଛନ୍ତି।ଦୁର୍ଘଟଣା ପରେ ଘଟଣାସ୍ଥଳରେ ଆତଙ୍କର ପରିବେଶ ସୃଷ୍ଟି ହୋଇଥିଲା। ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ। ଆହତମାନଙ୍କୁ ଶୀଘ୍ର ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH) କୁ ନିଆଯାଇଥିବା ବେଳେ ଡାକ୍ତରମାନେ ଚିକିତ୍ସା ଆରମ୍ଭ କରିଥିଲେ।ଆହତଙ୍କ ମଧ୍ୟରେ ୧୧ ବର୍ଷୀୟ ଛାତ୍ରୀ ମେଘା ସାହୁଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ପରେ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ରାୟପୁରକୁ ରେଫର୍ କରାଯାଇଛି। ଏହାକୁ ନେଇ ପରିବାର ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି।
ଅନ୍ୟ ଆହତମାନେ ନୂଆପଡ଼ା ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଦୁର୍ଘଟଣା ଖବର ପାଇବା ପରେ ଆହତ ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ତୁରନ୍ତ ହସ୍ପିଟାଲରେ ପହଞ୍ଚିଥିଲେ। ଘଟଣାକୁ ନେଇ ଅଞ୍ଚଳରେ ଚିନ୍ତା ଓ ଆଲୋଚନା ଜୋର ଧରିଛି। (Thumbnail AI Photo)

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha