106
୨୦୨୧ ମସିହାର ଏକ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସେ ୨୦୨୩ରେ ନୂଆପଡ଼ା କୋର୍ଟ ଦ୍ୱାରା ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ ହୋଇଥିଲେ।
ଘଟଣା ପରେ ତଲାସୀ ଅଭିଯାନ ଜାରି ରହିଥିବା ବେଳେ, ଜେଲ ସୁରକ୍ଷାରେ ଅବହେଳା ନେଇ ବିଭାଗୀୟ ପଦକ୍ଷେପ ନିଆଯାଇ ଜେଲ ସୁପରିଣ୍ଟେଣ୍ଡେଣ୍ଟ ବଳରାମ ବିଶି ମାଝୀଙ୍କୁ ନିଲମ୍ବିତ କରାଯାଇଛି।
Table of Contents
ନୂଆପଡ଼ା -୧୨/୦୯- ନୂଆପଡ଼ା ଉପ-କାରାଗାରରୁ କଏଦୀ ଫେରାର ଘଟଣାକୁ ୫ ଦିନ ବିତିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଫେରାର କଏଦୀଙ୍କ ସନ୍ଧାନ ମିଳିନାହିଁ।
-
ସୋମବାର ସକାଳ ପ୍ରାୟ ୮ଟା ସମୟରେ କାରାଗାର ପରିସରରେ ସଫେଇ କାର୍ଯ୍ୟ ଚାଲିଥିବାର ସୁଯୋଗ ନେଇ ସିନାପାଲି ଥାନା ଅନ୍ତର୍ଗତ କାନ୍ଦୁଲକୋନା ଗ୍ରାମର ବିଶ୍ୱବିହାରୀ ମାଝୀ (୩୦) ଫେରାର ହୋଇଯାଇଥିଲେ।


ଫେରାର କଏଦୀଙ୍କୁ କେବେ ଧରାଯିବ ଏବଂ ଜେଲ ସୁରକ୍ଷାରେ ଅବହେଳାର ପ୍ରକୃତ କାରଣ କ’ଣ—ତାହା ଏବେ ଚର୍ଚ୍ଚାର ବିଷୟ।