Home ରାଜ୍ୟଜାତୀୟ ସ୍ତରରେ ନୂଆପଡ଼ାର ପ୍ରତୀକଙ୍କ କୃତିତ୍ୱ : CSIR ପରୀକ୍ଷାରେ ୬୪ତମ ରାଙ୍କ ହାସଲ, ଅଞ୍ଚଳରେ ଖୁସିର ଲହରୀ।

ଜାତୀୟ ସ୍ତରରେ ନୂଆପଡ଼ାର ପ୍ରତୀକଙ୍କ କୃତିତ୍ୱ : CSIR ପରୀକ୍ଷାରେ ୬୪ତମ ରାଙ୍କ ହାସଲ, ଅଞ୍ଚଳରେ ଖୁସିର ଲହରୀ।

by Maraguda Express
0 comments

Table of Contents

ନୂଆପଡ଼ା-୧୨/୦୯ -ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସିଙ୍ଗଝର ଗ୍ରାମର ପ୍ରତୀକ କୁମାର ପଣ୍ଡା ଜାତୀୟ ସ୍ତରର ବିଜ୍ଞାନ ଓ ଶିଳ୍ପ ଗବେଷଣା ପରିଷଦ (CSIR) ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରି ନୂଆପଡ଼ା ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି।ସର୍ବମୋଟ ୨୦୦ ମାର୍କର ପରୀକ୍ଷାରେ ୧୩୫.୫ ମାର୍କ ହାସଲ କରି ପ୍ରତୀକ ଜାତୀୟ ସ୍ତରରେ ୬୪ତମ ରାଙ୍କ ଅଧିକାର କରିଛନ୍ତି। ତାଙ୍କର ଏହି ସଫଳତା ପରେ ସିନାପାଲି ସମେତ ସମଗ୍ର ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।
ପ୍ରତୀକ କୁମାର ପଣ୍ଡା କଟକସ୍ଥିତ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରି ଏହି ଜାତୀୟସ୍ତରୀୟ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି। ସିଙ୍ଗଝର ଗ୍ରାମର ଶରତ କୁମାର ପଣ୍ଡା ଓ ପୁଷ୍ପାଞ୍ଜଳି ପଣ୍ଡାଙ୍କ ପୁତ୍ର ପ୍ରତୀକ ନିଜର ନିରନ୍ତର ପରିଶ୍ରମ, ଅଧ୍ୟବସାୟ ଓ ଦୃଢ଼ ମନୋବଳ ବଳରେ ଏହି ସଫଳତା ସମ୍ଭବ ହୋଇଥିବା କହିଛନ୍ତି।
ଏହି ସଫଳତା ପାଇଁ ସେ ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତି, ଅଧ୍ୟାପକବୃନ୍ଦ, ନିଜ ବାପା-ମାଆ ଓ ପରିବାରବର୍ଗଙ୍କୁ ଶ୍ରେୟ ଦେଇଛନ୍ତି। ପ୍ରତୀକଙ୍କ ଏହି କୃତିତ୍ୱ ପରେ ପରିବାରବର୍ଗ, ବନ୍ଧୁ-ବାନ୍ଧବ, ଆତ୍ମୀୟସ୍ୱଜନ ଓ ସାଙ୍ଗସାଥୀମାନେ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ନୂଆପଡ଼ା ମାଟିର ପୁଅ ପ୍ରତୀକଙ୍କ ଏହି ଜାତୀୟସ୍ତରୀୟ ସଫଳତା ଯୁବପିଢ଼ି ପାଇଁ ନିଶ୍ଚିତ ଭାବେ ପ୍ରେରଣାର ଉତ୍ସ ହୋଇଛି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha