69
Table of Contents
ନୂଆପଡ଼ା -୧୨/୦୯- ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସମ୍ମିଳନୀ କକ୍ଷରେ ବିଭିନ୍ନ Panchayati Raj Schemes ଓ ଗ୍ରାମ ପଞ୍ଚାୟତ ସମ୍ପର୍କିତ କାର୍ଯ୍ୟର ଅଗ୍ରଗତି ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି।
ବୈଠକରେ ନୂଆପଡ଼ା, କୋମନା, ଖରିଆର, ସିନାପାଲି ଓ ବୋଡେନ ବ୍ଲକ୍ର ୧୩୧ଟି ଗ୍ରାମ ପଞ୍ଚାୟତରେ ବିଭିନ୍ନ ଯୋଜନାର Physical ଓ Financial Progress ସମୀକ୍ଷା କରାଯାଇଥିଲା। ବିଶେଷକରି ୧୫ତମ ଅର୍ଥ କମିଶନ ଅନୁଦାନର ସଠିକ୍ ବିନିଯୋଗ, ପଞ୍ଚାୟତର ନିଜସ୍ୱ ଆୟ ବୃଦ୍ଧି, ରାଜସ୍ୱ ସଂଗ୍ରହ ଓ ଗ୍ରାମ ପଞ୍ଚାୟତର ନିୟମିତ ନିରୀକ୍ଷଣ ଉପରେ ଗୁରୁତ୍ୱ ଦିଆଯାଇଥିଲା।