Home ରାଜ୍ୟଅବସରପ୍ରାପ୍ତ ଶିକ୍ଷକ ଉଗ୍ରେସନ ମାଝୀଙ୍କୁ ଭାବବିହ୍ୱଳ ବିଦାୟ ଓ ସମ୍ବର୍ଦ୍ଧନା।

ଅବସରପ୍ରାପ୍ତ ଶିକ୍ଷକ ଉଗ୍ରେସନ ମାଝୀଙ୍କୁ ଭାବବିହ୍ୱଳ ବିଦାୟ ଓ ସମ୍ବର୍ଦ୍ଧନା।

by Maraguda Express
0 comments
ନୂଆପଡ଼ା -୧୩/୭- ନୂଆପଡ଼ା ଜିଲ୍ଲା ର ବୋଡେ଼ନ ବ୍ଲକ ଅନ୍ତର୍ଗତ ନାଗପଡା ପଞ୍ଚାୟତର ସରକାରୀ ପ୍ରାଥମିକ ବିଦ୍ୟାଳୟ, ଖଲିଆମୁଣ୍ଡା ରେ ଦୀର୍ଘ ବର୍ଷ ଧରି ନିଷ୍ଠା, ସମର୍ପଣ ଓ ଆଦର୍ଶ ସେବା ପ୍ରଦାନ କରିଥିବା ସହକାରୀ ଶିକ୍ଷକ ଉଗ୍ରେସନ ମାଝୀଙ୍କୁ ଅବସର ଅବସରରେ ଏକ ଭାବବିହ୍ୱଳ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା। ଶିକ୍ଷକ, ଛାତ୍ରଛାତ୍ରୀ, ଅଭିଭାବକ ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ସମଗ୍ର ପରିବେଶ ଭାବପ୍ରବଣ ହୋଇଉଠିଥିଲା।
ସଭାରେ ଝରଣାମାଳ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଟିକେରାମ ଦୁରିଆ ସଭାପତିତ୍ୱ କରିଥିଲେ। କମାରଖୁଣ୍ଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗଜରାଜ ବୈଠାରୁ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବା ବେଳେ, ମୁଖ୍ୟ ବକ୍ତା ଭାବେ ଉପେନ୍ଦ୍ର ପାଣିଗ୍ରାହୀ ଉଗ୍ରେସନ ମାଝୀଙ୍କ ଶିକ୍ଷା କ୍ଷେତ୍ରର ଅବଦାନ, କର୍ମନିଷ୍ଠା ଓ ସରଳ ବ୍ୟକ୍ତିତ୍ୱ ଉପରେ ଆଲୋକପାତ କରିଥିଲେ।
ବିଦ୍ୟାଳୟ ସଭାପତି ଦୁର୍ବଳ ମାଝୀ, ସାଧନ ସଂଯୋଜକ ପଦ୍ମନାଭ ତାଣ୍ଡିଙ୍କ ସହ କ୍ଲଷ୍ଟରର ସମସ୍ତ ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକମାନେ ଉପସ୍ଥିତ ରହି ବିଦାୟୀ ଶିକ୍ଷକଙ୍କ ଦୀର୍ଘ ସେବା ଜୀବନର ସ୍ମୃତିଚାରଣ କରିଥିଲେ।
ଏହି ଅବସରରେ ଖଇରା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମଙ୍ଗଳ ସିଂ ମାଝୀ କବିତା ମାଧ୍ୟମରେ ବିଦାୟୀ ଶିକ୍ଷକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ସଭାକୁ ଭାବବିହ୍ୱଳ କରିଥିଲେ। ହେମସାଗର ଚିନ୍ଦା ସୁନ୍ଦର ଭାବେ ମଞ୍ଚ ପରିଚାଳନା କରିଥିବା ବେଳେ ସମସ୍ତ ଶିକ୍ଷକ ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ।
କାର୍ଯ୍ୟକ୍ରମ ପରେ ବିଦାୟୀ ଶିକ୍ଷକ ଉଗ୍ରେସନ ମାଝୀଙ୍କୁ ତାଙ୍କ ଜନ୍ମଗ୍ରାମ ମକରବିର୍ଲିରେ ସଂକୀର୍ତ୍ତନ ଓ ପାରମ୍ପରିକ ବାଦ୍ୟବାଦନ ସହ ସ୍ୱାଗତ କରାଯାଇଥିଲା। ଗ୍ରାମବାସୀଙ୍କ ଏହି ସ୍ନେହପୂର୍ଣ୍ଣ ସମ୍ମାନ ତାଙ୍କ ଦୀର୍ଘଦିନର ସମାଜସେବା ଓ ଶିକ୍ଷା ପ୍ରତି ନିଷ୍ଠାର ଏକ ସୁନ୍ଦର ସ୍ୱୀକୃତି ହୋଇରହିଛି।
ଏହି ସମ୍ବର୍ଦ୍ଧନା ଉତ୍ସବରେ କ୍ଷୀରସିନ୍ଧୁ ମାଝୀ, ହରି କଟା, ବୈଷ୍ଣବ ଦୁରିଆ, ଦେବ ସିଂ ମାଝୀ, ଶିବ ସିଂହ, ସନ୍ତୋଷ ମାଝୀଙ୍କ ସମେତ ବହୁ ଶିକ୍ଷକ, ବୁଦ୍ଧିଜୀବୀ ଓ ଗ୍ରାମର ଭଦ୍ର ବ୍ୟକ୍ତିମାନେ ଯୋଗଦେଇ ବିଦାୟୀ ଶିକ୍ଷକଙ୍କୁ ପୁଷ୍ପଗୁଚ୍ଛ, ଉପହାର ଓ ଉତ୍ତରୀୟ ପ୍ରଦାନ କରି ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଓ ସୁସ୍ଥ ଜୀବନ କାମନା କରିଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha