56
ନୂଆପଡ଼ା -୧୬/୦୯- ଦୁର୍ଘଟଣାଗ୍ରସ୍ତ ଯୁବକଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ନୂଆପଡ଼ା ଜିଲ୍ଲାପାଳ। ସମାଜରେ ମାନବିକତା ଏବଂ ସହଯୋଗର ଭାବନାକୁ ଆହୁରି ସୁଦୃଢ଼ କରିବା ପାଇଁ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ ଏକ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରିଛନ୍ତି। ନିକଟରେ ଏକ ଦୁର୍ଘଟଣାରୁ ଉଦ୍ଧାର କରିଥିବା ପିପଲଛେଣ୍ଡି ଗ୍ରାମର ଯୁବକ ତୁକେଶ ବାଗଙ୍କୁ ଆଜି ଭିଡିଓ କଲ୍ ମାଧ୍ୟମରେ କଥା ହୋଇ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ଜିଲ୍ଲାପାଳ।
