Home ରାଜ୍ୟଶୁକ୍ଳିମୁଣ୍ଡି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବନମହୋତ୍ସବ ପାଳନ : ବୃକ୍ଷରୋପଣ ସହ ପରିବେଶ ସୁରକ୍ଷାର ବାର୍ତ୍ତା, ଛାତ୍ରଛାତ୍ରୀଙ୍କୁ ଖାତା ଓ ଡଟ ବଣ୍ଟନ ।

ଶୁକ୍ଳିମୁଣ୍ଡି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବନମହୋତ୍ସବ ପାଳନ : ବୃକ୍ଷରୋପଣ ସହ ପରିବେଶ ସୁରକ୍ଷାର ବାର୍ତ୍ତା, ଛାତ୍ରଛାତ୍ରୀଙ୍କୁ ଖାତା ଓ ଡଟ ବଣ୍ଟନ ।

by Maraguda Express
0 comments
ନୂଆପଡ଼ା- ୯/୭- ପରିବେଶ ସୁରକ୍ଷା ଓ ସବୁଜ ଭବିଷ୍ୟତ ଗଠନର ଉଦ୍ଦେଶ୍ୟ ନେଇ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଶୁକ୍ଳିମୁଣ୍ଡିରେ ପ୍ରଧାନ ଶିକ୍ଷକ ଖେମ ଦାସଙ୍କ ସଭାପତିତ୍ୱରେ ଭବ୍ୟ ଭାବରେ ବନମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ଳଖନା ଫରେଷ୍ଟର ଲକ୍ଷ୍ମୀଧର ଘିବେଲା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୃକ୍ଷରୋପଣର ଆବଶ୍ୟକତା ଓ ପରିବେଶ ସୁରକ୍ଷାରେ ପ୍ରତ୍ୟେକ ନାଗରିକଙ୍କ ଭୂମିକା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରିଥିଲେ। ସେହିପରି ସି.ଆର.ସି. ଦିଲୀପ କୁମାର ଶବର ଏବଂ ଆୟୁର୍ବେଦିକ ଆସିଷ୍ଟାଣ୍ଡ ହେତୁମଣି ଶବର ପରିବେଶ ସଂରକ୍ଷଣ, ସ୍ୱାସ୍ଥ୍ୟ ଓ ସବୁଜ ପରିବେଶର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।
କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ-ସଦସ୍ୟା, ୱାର୍ଡ ମେମ୍ବର, ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀ, ଶିକ୍ଷାବିତ, ଅଭିଭାବକ ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଉପସ୍ଥିତ ରହି ବନମହୋତ୍ସବର ମହତ୍ତ୍ୱ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ପୁଙ୍ଖାନୁପୁଙ୍ଖ ଭାବେ ଅବଗତ କରାଇଥିଲେ।
ଏହି ଅବସରରେ ନବଗଠିତ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଅଳସିଂ ବରିହା ସମସ୍ତ ଛାତ୍ରଛାତ୍ରୀଙ୍କୁ ଖାତା ଓ ଡଟ ବଣ୍ଟନ କରି ସେମାନଙ୍କୁ ଉତ୍ସାହିତ କରିଥିଲେ। ପରେ ବିଦ୍ୟାଳୟ ପରିସରରେ ସମସ୍ତ ଅତିଥି, ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ପରିବେଶ ସୁରକ୍ଷାର ସାମୂହିକ ସଂକଳ୍ପ ନିଆଯାଇଥିଲା।
କାର୍ଯ୍ୟକ୍ରମକୁ ଜୟଦେବ ପ୍ରଧାନ ସୁନ୍ଦର ଭାବେ ପରିଚାଳନା କରିଥିବା ବେଳେ ଶେଷରେ ସଦାନନ୍ଦ ନନ୍ଦ ସମସ୍ତ ଅତିଥି ଓ ଉପସ୍ଥିତ ସଦସ୍ୟଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସମଗ୍ର କାର୍ଯ୍ୟକ୍ରମ ପରିବେଶ ସଚେତନତା, ଶିକ୍ଷା ଓ ସାମାଜିକ ଦାୟିତ୍ୱବୋଧର ଏକ ସୁନ୍ଦର ବାର୍ତ୍ତା ପ୍ରଦାନ କରିଥିଲା।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha