Home ରାଜ୍ୟନୂଆପଡ଼ାରେ ମିଶନ ଶକ୍ତି ଓ ଓଏଲ୍‌ଏମ୍‌ର ସମୀକ୍ଷା: ‘ଲକ୍ଷପତି ଦିଦି’ ଓ ଜୀବିକା ସଶକ୍ତୀକରଣ ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱ।

ନୂଆପଡ଼ାରେ ମିଶନ ଶକ୍ତି ଓ ଓଏଲ୍‌ଏମ୍‌ର ସମୀକ୍ଷା: ‘ଲକ୍ଷପତି ଦିଦି’ ଓ ଜୀବିକା ସଶକ୍ତୀକରଣ ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱ।

by Maraguda Express
0 comments
ନୂଆପଡ଼ା -୯/୭ ନୂଆପଡ଼ା ଜିଲ୍ଲାରେ ମହିଳା ସଶକ୍ତୀକରଣ ଏବଂ ସ୍ଥାନୀୟ ଜୀବିକା ବିକାଶ ପ୍ରକ୍ରିୟାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ମିଶନ ଶକ୍ତି ଓ ଓଡ଼ିଶା ଜୀବିକା ମିଶନ (ଓଏଲ୍ଏମ) ଅଧୀନରେ ଚାଲିଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ଜିଲ୍ଲାସ୍ତରୀୟ ସମୀକ୍ଷା କରାଯାଇଛି।
ପ୍ରୋଫାଇଲ୍ ଅପଡେଟ୍‌ରେ ଉଲ୍ଲେଖନୀୟ ସଫଳତା।
ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ, ଜିଲ୍ଲାରେ ବ୍ଲକ୍‌ ଭିତ୍ତିକ ପ୍ରଗତି ବେଶ୍ ଉତ୍ସାହଜନକ ରହିଛି। ଜିଲ୍ଲାର ମୋଟ ୯,୨୭୧ଟି ସକ୍ରିୟ ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ମଧ୍ୟରୁ ୯,୦୩ଟି (୯୮ ପ୍ରତିଶତ) ଏବଂ ୯୮୨ଟି ସକ୍ରିୟ ସିଏଲ୍‌ଏଫ୍‌ (ସିଏଲଏଫ) ମଧ୍ୟରୁ ୯୭୦ଟି (୯୯ ପ୍ରତିଶତ)ର ପ୍ରୋଫାଇଲ୍ ଅପଡେଟ୍ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଅବଶିଷ୍ଟ କାର୍ଯ୍ୟକୁ ତୁରନ୍ତ ୧୦୦ ପ୍ରତିଶତ ଶେଷ କରିବାକୁ ଜିଲ୍ଲାପାଳ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
‘ଲକ୍ଷପତି ଦିଦି’ ଯୋଜନାରେ ନୂଆପଡ଼ା ରାଜ୍ୟ ରେ ଆଗରେ।
ରାଜ୍ୟ ସରକାରଙ୍କ ଅଭିନବ ‘ଲକ୍ଷପତି ଦିଦି’ କାର୍ଯ୍ୟକ୍ରମରେ ଜିଲ୍ଲା ୯୮ ପ୍ରତିଶତ ସଫଳତା ହାସଲ କରିଛି।
ଲକ୍ଷପତି ଦିଦି : ୩୭,୫୩୬ ଜଣଙ୍କ ଲକ୍ଷ୍ୟ ବିପରୀତ ୩୬,୯୫୬ ଜଣ ମହିଳା ଲକ୍ଷପତି ଦିଦି ଭାବେ ଗଢ଼ିଉଠିଛନ୍ତି।
ମହା ଲକ୍ଷ ପତି ଦିଦି : ୧୦୦ ଜଣଙ୍କ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ଏପର୍ଯ୍ୟନ୍ତ ୧୧୮ ଜଣଙ୍କୁ ସଫଳତାର ସହ ଚିହ୍ନଟ କରାଯାଇଛି।
ଚଳିତ ଆର୍ଥିକ ବର୍ଷରେ ଅଧିକରୁ ଅଧିକ ମହିଳାଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରି ଏହି ତାଲିକାରେ ସାମିଲ କରିବାକୁ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି।
ଋଣ ପ୍ରଦାନ ଏବଂ ଭିତ୍ତିଭୂମି ବିକାଶ। ଚଳିତ ବର୍ଷ ବ୍ୟାଙ୍କ ଲିଙ୍କେଜ୍ ମାଧ୍ୟମରେ ୧,୦୩୭ଟି ଏସଏଚଜି କୁ ପ୍ରାୟ ୫୨.୧୭ କୋଟି ଟଙ୍କାର ଋଣ ବିତରଣ କରାଯାଇଛି। ଏଥିସହ ପ୍ରବାସ ରୋକିବା ପାଇଁ ଜୁନ୍ ମାସରେ ୩୩୦ଟି ପ୍ରବାସୀ ପରିବାରକୁ ୭୩.୬୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ଜିଲ୍ଲାର ୫୧ଟି ମିଶନ ଶକ୍ତି ରିଟେଲ୍ ମାର୍ଟ ମଧ୍ୟରୁ ୪୭ଟି ଏବଂ ୩୫ଟି ଜିପିଏଲ୍‌ଏଫ୍‌ ଭବନ ମଧ୍ୟରୁ ୧୦ଟିର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି।
ଏ ଅବସର ରେ ସଫଳ ମହିଳାଙ୍କୁ ସମ୍ବର୍ଦ୍ଧନ ପ୍ରଦାନ୍।
ଏହି ଅବସରରେ କୁଲିଆବନ୍ଧା ଗ୍ରାମର ପୂର୍ବତନ ପ୍ରବାସୀ ଶ୍ରମିକ ଥନ୍ଧାବାଇ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା, ଯିଏ ମିଶନ ଶକ୍ତି ସହାୟତାରେ ନିଜ ଗ୍ରାମରେ ସ୍ୱାବଲମ୍ବୀ ଜୀବିକା ଆପଣେଇ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ସେହିପରି ଆମସେନା ଗ୍ରାମର ସଫଳ ଲକ୍ଷପତି ଦିଦି ସୁନୀତା ସାହୁଙ୍କୁ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ମାନିତ କରାଯାଇଥିଲା।
ଏହି ସମୀକ୍ଷା ବୈଠକରେ ଜିଲ୍ଲା ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଲମ୍ବୋଦର ଧରୁଆ, ଜିଲ୍ଲା ପ୍ରକଳ୍ପ ସଂଯୋଜକ ସୁନୀଲ କୁମାର ମଲ୍ଲିକ, ଲିଡ୍ ବ୍ୟାଙ୍କ ମ୍ୟାନେଜର ହରିଶଙ୍କର ନିଆଲଙ୍କ ସମେତ ସମସ୍ତ ବ୍ଲକ୍ ପ୍ରକଳ୍ପ ସଂଯୋଜକ ଓ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha