334
ନୂଆପଡା -୮/୬- କୋମନା ଥାନା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଜିଓ ମୋବାଇଲ୍ ଟାୱାରରୁ ସାମଗ୍ରୀ ଚୋରି କରୁଥିବା ଏକ ଆନ୍ତଃ-ଜିଲ୍ଲା ଚୋର ଗ୍ୟାଙ୍ଗର ଦୁଇ ଜଣ ସଦସ୍ୟଙ୍କୁ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଛି। ଏ ନେଇ ଆଜି ଏକ ସାମ୍ୱାଦିକ ସମ୍ମିଳନୀ କୋମନା ପୋଲିସ ଷ୍ଟେସନ ରେ ଆୟୋଜିତ ହୋଇଥିଲା। ଉପରୋକ୍ତ ସାମ୍ବାଦିକ ସମ୍ମିଳନୀ ରେ ଏସଡିପିଓ କ୍ଷୀରେଶ୍ୱର ସାହୁ, କୋମନା ଥାନା ଅଧିକାରୀ ରଶ୍ମିତା ପ୍ରଧାନ, ଲଖନା ଥାନା ଅଧିକାରୀ ରଞ୍ଜନ ନାୟକ, ସମେତ ଅନ୍ୟାନ୍ୟ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ। କୋମନା ପୋଲିସ ପକ୍ଷ ରୁ ଦିଆଯାଇଥିବା ସୂଚନା ମୁତାବକ ଗିରଫ ଅଭିଯୁକ୍ତମାନେ ହେଲେ ବଲାଙ୍ଗୀର ଜିଲ୍ଲା ବେଲାପଡ଼ା ଥାନା ଅନ୍ତର୍ଗତ ଘାଗରା ଗ୍ରାମର ଯଦୁ ରୋହିଦାସ (୨୪) ଏବଂ ଚାନ୍ଦ ମାଝୀ (୧୯)। ଗତ ୭ ଜୁନ ୨୦୨୬ ବିଳମ୍ବିତ ରାତି ପ୍ରାୟ ୨ ଟା ସମୟ ରେ ଦଳଦଲି ଗ୍ରାମ ନିକଟରେ ଥିବା ଜିଓ ଟାୱାର ରୁ ଚୋରି ହେଉଥିବା ନେଇ ଏକ ବିଶେଷ ସୂତ୍ରରୁ ଖବର ମିଳିଥିଲା। ଖବର ପାଇବା ମାତ୍ରେ ଟେକ୍ନିସିଆନ୍ ପ୍ରଦୀପ ମାଝୀ, ଶରତ ନାଏକ ଏବଂ ଅନ୍ୟ ଜଣେ ସହଯୋଗୀଙ୍କ ସହ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନଙ୍କୁ ଦେଖି ଚୋରି କରୁଥିବା ଦୁଇ ଜଣ ଅଜ୍ଞାତ ବ୍ୟକ୍ତି ଅନ୍ଧାରର ସୁଯୋଗ ନେଇ ସେଠାରୁ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ।