Home ରାଜ୍ୟ“ମୁଁ ସମାଜ ପାଇଁ କଣ କରିପାରିବି” – ଏ ଚେତନା ହିଁ ଆଣିବ ପ୍ରକୃତ ପରିବର୍ତ୍ତନ: ଜିଲ୍ଲା ଭୁଲିଆ ସମାଜ ବାର୍ଷିକ ସମାବେଶ।

“ମୁଁ ସମାଜ ପାଇଁ କଣ କରିପାରିବି” – ଏ ଚେତନା ହିଁ ଆଣିବ ପ୍ରକୃତ ପରିବର୍ତ୍ତନ: ଜିଲ୍ଲା ଭୁଲିଆ ସମାଜ ବାର୍ଷିକ ସମାବେଶ।

by Maraguda Express
0 comments
ନୂଆପଡ଼ା -୧୮/୦୫ “ପ୍ରତିଟି ବ୍ୟକ୍ତି ସମାଜ ପ୍ରତି ଥିବା ନିଜର ଦାୟିତ୍ୱକୁ ହୃଦୟଙ୍ଗମ କରିବା ଆବଶ୍ୟକ। ସମାଜ ମୋ ପାଇଁ କଣ କରିଛି ତାହା ନୁହେଁ, ବରଂ ‘ମୁଁ ସମାଜ ପାଇଁ କଣ କରିପାରିବି’— ଏହି ଚେତନା ନିଜ ଭିତରେ ଜାଗ୍ରତ କରିପାରିଲେ ହିଁ ସମାଜର ପ୍ରକୃତ ବିକାଶ ଓ ପରିବର୍ତ୍ତନ ସମ୍ଭବ।” ନୂଆପଡ଼ା ଜିଲ୍ଲା ମେହେର (ଭୁଲିଆ) ସମାଜର ୪୪ତମ ଜିଲ୍ଲା ସ୍ତରୀୟ ବାର୍ଷିକ ସମାବେଶରେ ଅତିଥି ଓ ବୁଦ୍ଧିଜୀବୀମାନେ ଏଭଳି ମତପ୍ରକାଶ କରିଛନ୍ତି।ସିନାପାଲି ବ୍ଲକ ବରଗାଁଠାରେ ବରଗାଁ ଗ୍ରାମ୍ୟ କମିଟି ଆନୁକୁଲ୍ୟରେ ଜିଲ୍ଲାର ବିଭିନ୍ନ ଗ୍ରାମ୍ୟ ସମାଜର କର୍ମକର୍ତ୍ତା ଓ ସଦସ୍ୟମାନଙ୍କୁ ନେଇ ଏହି ବିଶାଳ ସମାବେଶ ଅନୁଷ୍ଠିତ ହୋଇଯାଇଛି।
ସଭା ପ୍ରାରମ୍ଭରୁ ଏକ ମନୋଜ୍ଞ ଓ ବିରାଟ ଶୋଭାଯାତ୍ରା ମାଧ୍ୟମରେ ସମଗ୍ର ଗ୍ରାମ ପରିକ୍ରମା କରାଯାଇଥିଲା, ଯାହା ବେଶ ଆକର୍ଷଣୀୟ ହୋଇଥିଲା। ଏହାପରେ ମେହେର ସମାଜର ଆରାଧ୍ୟ ପ୍ରଭୁ ଜଗନ୍ନାଥ ଓ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇ କାର୍ଯ୍ୟକ୍ରମର ଆନୁଷ୍ଠାନିକ ଉଦ୍‌ଘାଟନ ହୋଇଥିଲା। ସ୍ଥାନୀୟ ମହିଳା ମଣ୍ଡଳଙ୍କ ଦ୍ୱାରା ପ୍ରାରମ୍ଭିକ ସଂଗୀତ ଗାନ କରାଯାଇଥିଲା।ନୂଆପଡ଼ା ଜିଲ୍ଲା ସଭାପତି ବୈଶମ୍ପାୟନ ମେହେରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ସମାଜର ଅନେକ ବରିଷ୍ଠ ନେତୃତ୍ୱ ମଞ୍ଚାସୀନ ଥିଲେ। ସେମାନଙ୍କ ମଧ୍ୟରେ
ସମାଜ ଉପଦେଷ୍ଟା ରାହାସ ବିହାରୀ ମେହେର,ରାଜ୍ୟ ସମ୍ପାଦକ ନବୀନ ଚନ୍ଦ୍ର ମେହେର,
ରାଜ୍ୟ ଯୁବା ଉପଦେଷ୍ଟା ବୈଷ୍ଣବ ମେହେର,
ଜିଲ୍ଲା ଉପସଭାପତି ତ୍ରିଲୋଚନ ମେହେର, ରତ୍ନାକର ମେହେର, ସଚ୍ଚିଦାନନ୍ଦ ମେହେର
ଜିଲ୍ଲା ସାଧାରଣ ସମ୍ପାଦକ ସୁରେଶ୍ୱର ମେହେର, ସମ୍ପାଦକ ରୂପେଶ ଚନ୍ଦ୍ର ମେହେର,ଝର ମେହେର, ରାମେଶ୍ୱର ମେହେର
ଜିଲ୍ଲା ଯୁବ ସଂଯୋଜକ ହିରାଧର ମେହେର,
ଜିଲ୍ଳା ଯୁବ ସମ୍ପାଦକ ଗୁପ୍ତେଶ୍ୱର ମେହେର, ଜଗବନ୍ଧୁ ମେହେର ଓ ଜୟାନନ୍ଦ ମେହେର
ପ୍ରଣୟ କିଶୋର ମେହେର ଅତିଥିମାନଙ୍କୁ ମଞ୍ଚକୁ ସ୍ୱାଗତ କରିଥିବା ବେଳେ ବରଗାଁ ସଭାପତି ଜଗବନ୍ଧୁ ମେହେର ସ୍ୱାଗତ ବକ୍ତବ୍ୟ ପ୍ରଦାନ କରିଥିଲେ। ଉପରୋକ୍ତ ସଭା ରେ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସ୍ୱର୍ଗତ ଲଳିତ ମେହେର (ମରଣୋତ୍ତର), ସମାଜସେବୀ ଯୋଗେଶ୍ୱର ମେହେର ଏବଂ ଶିକ୍ଷକ ହୃଦାନନ୍ଦ ମେହେରଙ୍କୁ ସମାଜ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିଭଳି ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି ସମାଜକୁ ଗୌରବାନ୍ୱିତ କରିଥିବା କୃତୀ ଛାତ୍ରଛାତ୍ରୀ — ଅସିତ କୁମାର ମେହେର, ଝରଣା ମେହେର, ପୁନମ ମେହେର ଓ ପିୟୂଷ ମେହେରଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ଅତିଥିମାନଙ୍କ ସମ୍ମାନାର୍ଥେ ପ୍ରସ୍ତୁତ ମାନପତ୍ର ଗୁଡ଼ିକୁ ପ୍ରଦୀପ ମେହେର, ପୀତବାସ ମେହେର, ବିଭୁତି ମେହେର, ସଞ୍ଜୁକ୍ତା ମେହେର, ଗୁପ୍ତେଶ୍ୱର ମେହେର, କୁଳଦୀପ ମେହେର ଓ କ୍ଷିତି କୁମାର ମେହେର ପାଠ କରିଥିଲେ। ଏ ଅବସର ରେ ସଂସ୍କାର ମୂଳକ ଆଲୋଚନା ଓ ନୂତନ ଦାୟିତ୍ୱ ଗ୍ରହଣ, ସମାବେଶରେ ବିଭିନ୍ନ ଗ୍ରାମ୍ୟ କମିଟିରୁ ଆସିଥିବା କର୍ମକର୍ତ୍ତାମାନେ ଯୋଗଦେଇ ସମାଜର ବିଭିନ୍ନ ସଂସ୍କାରମୂଳକ କାର୍ଯ୍ୟକ୍ରମ, କୁସଂସ୍କାର ବର୍ଜନ ଓ ଶିକ୍ଷାର ପ୍ରସାର ଉପରେ ନିଜ ନିଜର ସୁଚିନ୍ତିତ ମତାମତ ରଖିଥିଲେ।
ଏହି ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ସାଂଗଠନିକ ପରିବର୍ତ୍ତନ ଘଟିଛି। ବର୍ତ୍ତମାନର ଜିଲ୍ଲା ସଭାପତି ବୈଶମ୍ପାୟନ ମେହେର ବ୍ୟକ୍ତିଗତ କାରଣରୁ ନିଜ ପଦବୀରୁ ଅବ୍ୟାହତି ନେଇଥିଲେ। ଫଳରେ ସର୍ବସମ୍ମତି କ୍ରମେ, ଆଗାମୀ ନିର୍ବାଚନୀ ସଭା ଅନୁଷ୍ଠିତ ହେବା ପର୍ଯ୍ୟନ୍ତ ବରିଷ୍ଠ ସଦସ୍ୟ ରତ୍ନାକର ମେହେରଙ୍କୁ ସମାଜର ଅସ୍ଥାୟୀ ଜିଲ୍ଳା ସଭାପତି ଭାବେ ମନୋନୀତ କରାଯାଇଛି।
ଏହି ଭବ୍ୟ ସମାବେଶକୁ ସଫଳ କରିବାରେ ବରଗାଁ ଗ୍ରାମ୍ୟ କମିଟିର ସମସ୍ତ ସଦସ୍ୟଙ୍କ ସମେତ ସ୍ଥାନୀୟ ଗ୍ରାମ୍ୟ ଯୁବାମଞ୍ଚ, ମହିଳା ମଣ୍ଡଳ ଓ ସମଗ୍ର ଗ୍ରାମବାସୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ଶେଷରେ ସଚ୍ଚିଦାନନ୍ଦ ମେହେର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha