Home ରାଜ୍ୟଖରିଫ୍ ଚାଷ ପାଇଁ ନୂଆପଡ଼ା ପ୍ରସ୍ତୁତ : ୧.୬୭ ଲକ୍ଷ ହେକ୍ଟରରେ ହେବ ଚାଷ, ଜିଲ୍ଲାପାଳଙ୍କ ସମୀକ୍ଷା।

ଖରିଫ୍ ଚାଷ ପାଇଁ ନୂଆପଡ଼ା ପ୍ରସ୍ତୁତ : ୧.୬୭ ଲକ୍ଷ ହେକ୍ଟରରେ ହେବ ଚାଷ, ଜିଲ୍ଲାପାଳଙ୍କ ସମୀକ୍ଷା।

by Maraguda Express
0 comments
ନୂଆପଡ଼ା -୧୦/୬- ନୂଆପଡ଼ା ଜିଲ୍ଲାକୁ ଏକ ଅତ୍ୟାଧୁନିକ କୃଷି ଜିଲ୍ଲା ଭାବେ ଗଢ଼ି ତୋଳିବା ପାଇଁ ପ୍ରଶାସନ ପକ୍ଷରୁ ବଡ଼ ପ୍ରସ୍ତୁତି ଆରମ୍ଭ ହୋଇଛି। ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ କୃଷି ବିଭାଗର ବିଭିନ୍ନ ପ୍ରମୁଖ ଯୋଜନାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।
ବୈଠକ ପ୍ରାରମ୍ଭରେ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଣତି ରାଣୀ ପ୍ରଧାନ ସମସ୍ତ ଅତିଥି ଓ ଅଧିକାରୀଙ୍କୁ ସ୍ୱାଗତ କରିବା ସହ ବୈଠକର ଆଭିମୁଖ୍ୟ ଉପସ୍ଥାପନ କରିଥିଲେ।
ଜିଲ୍ଲାରେ ଚାଷ କାର୍ଯ୍ୟକୁ ବ୍ୟାପକ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ସମୀକ୍ଷା ଅନୁଯାୟୀ, ଚଳିତ ଖରିଫ ଋତୁରେ ମୋଟ ୧,୬୭,୮୩୦ ହେକ୍ଟର ଜମିରେ ଚାଷ କରିବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।ଜଳସେଚନ ଲକ୍ଷ୍ୟ- ଚଳିତ ଖରିଫ୍ ଋତୁରେ ଜିଲ୍ଲାର ପ୍ରାୟ ୧,୦୨,୯୪୦ ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧା ଯୋଗାଇ ଦେବାକୁ ପ୍ରଶାସନ ପକ୍ଷରୁ ସଂକଳ୍ପ ନିଆଯାଇଛି।
ବୈଠକରେ ବିହନ ଯୋଗାଣ, ସାର ବିତରଣ, ମୃତ୍ତିକା ନମୁନା ସଂଗ୍ରହ, ମୁଖ୍ୟମନ୍ତ୍ରୀ ମକା ମିଶନ ଏବଂ ତୈଳବୀଜ ପ୍ରୋତ୍ସାହନ ଭଳି ଯୋଜନାର ଅଗ୍ରଗତି ସମ୍ପର୍କରେ ଆଲୋଚନା ହୋଇଥିଲା। ଜିଲ୍ଲାରେ ଚାଷୀ ପଞ୍ଜୀକରଣ କାର୍ଯ୍ୟ ବର୍ତ୍ତମାନ ସୁଦ୍ଧା ୪୪.୪୨ ପ୍ରତିଶତ ଶେଷ ହୋଇଥିବାରୁ, ଏହା କୁ ଯଥାଶୀଘ୍ର ଆହୁରି ତ୍ୱରାନ୍ୱିତ କରିବା କୁ ଜିଲ୍ଲାପାଳ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।
“ବୈଜ୍ଞାନିକ ମନୋବୃତ୍ତି ସହ କାମ କରନ୍ତୁ”
ଜିଲ୍ଲାପାଳ ଶ୍ରୀ ଦାଶ ଅଧିକାରୀମାନଙ୍କୁ ସାମାଜିକ ପ୍ରତିବଦ୍ଧତା ଓ ବୈଜ୍ଞାନିକ ଜ୍ଞାନକୌଶଳ ଆପଣାଇ କାମ କରିବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତିଯେ,
ଅଧିକାରୀମାନେ କ୍ଷେତ୍ରସ୍ତରକୁ ଯାଇ ନିୟମିତ ଚାଷୀଙ୍କ ସହ ଆଲୋଚନା କରନ୍ତୁ। ଚାଷୀ ଙ୍କୁ ଆଧୁନିକ ପ୍ରଯୁକ୍ତିବିଦ୍ୟା, ଜଳ ସଂରକ୍ଷଣ ଓ ଫସଲ ବିବିଧୀକରଣ ପାଇଁ ଉତ୍ସାହିତ କରାଯାଉ।
ସରକାରୀ ଯୋଜନାର ସୁଫଳ ଯେପରି ଶେଷ ଚାଷୀ ପାଖରେ ପହଞ୍ଚିବ ଏବଂ କୃଷି ଲାଭଜନକ ହେବ, ତାହା ସୁନିଶ୍ଚିତ କରାଯାଉ।
ଏ ଅବସର ରେ ସଫଳ ଚାଷୀଙ୍କୁ ସମ୍ମାନଜନକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।
କୃଷି କ୍ଷେତ୍ରରେ ନିଜର ଅଦମ୍ୟ ଚେଷ୍ଟା ଓ ଉଲ୍ଲେଖନୀୟ ସଫଳତା ପାଇଁ ଜିଲ୍ଲାର ୩ ଜଣ ପ୍ରଗତିଶୀଳ ଚାଷୀଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଥିଲା।
ଚନ୍ଦ୍ରଶେଖର ଶବର (କୋମନା),
ସରୋଜ କୁମାର ପାଣିଗ୍ରାହୀ (ବ୍ରାହ୍ମଣପଡା, ସିନାପାଲି) ଓ ଶିବ ପ୍ରସାଦ ରଣା (ପିପଲଛେଣ୍ଡି, ଖୈରାଣୀ) ଙ୍କୁ ସମ୍ମାନିତ କରାଯାଇଥିଲା।
ଉପରୋକ୍ତ ସମୀକ୍ଷା ବୈଠକ ରେ ନୂଆପଡ଼ା ବ୍ଲକ କୃଷି ଅଧିକାରୀ ସତ୍ୟଭୂଷଣ ନାଗ, ସହକାରୀ କୃଷି ଅଧିକାରୀ ବର୍ଷା ଆଜାଦ ଙ୍କ ସମେତ ବିଭାଗର ଅନ୍ୟ ସମସ୍ତ ବରିଷ୍ଠ କର୍ମଚାରୀ ଉପସ୍ଥିତ ଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha