Home ରାଜ୍ୟଗୁଣାତ୍ମକ ଧାନ ବିହନ ଉତ୍ପାଦନ ନେଇ ଚାଷୀଙ୍କୁ ପ୍ରଶିକ୍ଷଣ : ୬ ଗ୍ରାମର ୫୦ ଚାଷୀ ନେଲେ ବୈଷୟିକ ତାଲିମ।

ଗୁଣାତ୍ମକ ଧାନ ବିହନ ଉତ୍ପାଦନ ନେଇ ଚାଷୀଙ୍କୁ ପ୍ରଶିକ୍ଷଣ : ୬ ଗ୍ରାମର ୫୦ ଚାଷୀ ନେଲେ ବୈଷୟିକ ତାଲିମ।

by Maraguda Express
0 comments
ନୂଆପଡ଼ା -୦୨/୦୯- କୋମନା ବ୍ଲକ ପାଲସିପାଣି ଗ୍ରାମ ପଞ୍ଚାୟତ ସୁବିଧା କେନ୍ଦ୍ରଠାରେ ଗୁଣାତ୍ମକ ଧାନ ବିହନ ଉତ୍ପାଦନ ଉପରେ ଏକ ଦିନିକିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଅନ୍ତର୍ଜାତୀୟ ଧାନ ଗବେଷଣା କେନ୍ଦ୍ର (IRRI) ପକ୍ଷରୁ ‘ଓଡ଼ିଶା କୃଷି ମରୁଡ଼ି ପ୍ରଶମନ କାର୍ଯ୍ୟକ୍ରମ’ ମାଧ୍ୟମରେ ଏହି ତାଲିମ ଆୟୋଜନ କରାଯାଇଥିଲା।ଏହି ପ୍ରଶିକ୍ଷଣରେ ସାହାଜେଠ, କାସିପଲା, ପାଲସିପାଣି, ସିଲଭା, ପଟପରପାଲି ଓ ଛିନ୍ଦପାଣି—ଏହି ୬ଟି ଗ୍ରାମର ୫୦ ଜଣ ଚାଷୀ ଯୋଗଦେଇଥିଲେ।କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଣତି ରାଣୀ ପ୍ରଧାନ, IRRIର ବିଶେଷଜ୍ଞ ଦିଲ୍ଲୀପ ରାଉତ ଓ ସମ୍ପଦ ନାୟକ, ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ରବି ସୋରେନ, ବୈଜ୍ଞାନିକ ଅନୁଜ କୁମାର ରାୟ ଏବଂ ଗୋଷ୍ଠୀ କୃଷି ଅଧିକାରୀ ସଂଗୀତା ମେହେର ଉପସ୍ଥିତ ରହି ଚାଷୀମାନଙ୍କୁ ଧାନ ଚାଷ ସହ ଗୁଣାତ୍ମକ ବିହନ ଉତ୍ପାଦନର ବିଭିନ୍ନ ବୈଷୟିକ ଦିଗ ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ।ପ୍ରଶିକ୍ଷଣରେ ବିହନ ବିଶୋଧନ, ତଳି ରୋପଣ, ମୁଖ୍ୟ କ୍ଷେତ୍ରରେ ରୋପଣ, ସାର ପରିଚାଳନା, ରୋଗ ଓ ପୋକ ନିୟନ୍ତ୍ରଣ ଏବଂ ଜଳ ପରିଚାଳନା ଭଳି ବିଷୟ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଚାଷୀମାନେ ନିଜ ଅନୁଭୂତି ଓ କୃଷି ସମ୍ପର୍କିତ ବିଭିନ୍ନ ସମସ୍ୟା ବିଶେଷଜ୍ଞମାନଙ୍କ ସହ ଆଲୋଚନା କରିଥିଲେ।ଏହି ଅବସରରେ IRRI ପକ୍ଷରୁ ରୋଗ ଓ ପୋକ ପରିଚାଳନା ଏବଂ ଗୁଣାତ୍ମକ ବିହନ ଉତ୍ପାଦନ ପ୍ରସ୍ତୁତି ସମ୍ପର୍କିତ ପୁସ୍ତକ ଚାଷୀମାନଙ୍କୁ ପ୍ରଦାନ କରାଯାଇଥିଲା।କାର୍ଯ୍ୟକ୍ରମକୁ ଭରସା ଅନୁଷ୍ଠାନର ମୁଖ୍ୟ ଛାତ୍ରଧର ଦଣ୍ଡସେନା ପରିଚାଳନା କରିଥିଲେ। ଏଥିରେ IRRI କର୍ମଚାରୀ ଆଶିଷ କୁମାର ଖମାରୀ, ଜଗନ୍ନାଥ ଜେନା, ଦିବାକର ଠେଲା, ବିଶ୍ୱାମିତ୍ର ସାହୁ, ଅନନ୍ତ ଦୀପ ଓ ଋଷି ନାଗ, କୃଷି ପର୍ଯ୍ୟବେକ୍ଷକ କୁଶ ଧରୁଆ, କୃଷି ଗ୍ରାମ ସେବକ ଶୀତମ ମୋଟାରୀ ଓ ସରସ୍ୱତୀ ରାଓ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ।ଚାଷୀମାନଙ୍କୁ ଆଧୁନିକ କୃଷି ପ୍ରଣାଳୀ ସହ ଯୋଡ଼ିବା ଏବଂ ଉନ୍ନତମାନର ବିହନ ଉତ୍ପାଦନ ମାଧ୍ୟମରେ ଧାନ ଚାଷର ଉତ୍ପାଦନ ଓ ଗୁଣବତ୍ତା ବୃଦ୍ଧି କରିବା ଦିଗରେ ଏହି ପ୍ରଶିକ୍ଷଣ ଚାଷୀମାନଙ୍କ ପାଇଁ ଉପଯୋଗୀ ହୋଇଥିବା କୁହାଯାଇଛି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha