80
ନିୟମିତ ନିରୀକ୍ଷଣ, ସମୀକ୍ଷା ଏବଂ ସମ୍ପୃକ୍ତ ବିଭାଗଗୁଡ଼ିକର ସକ୍ରିୟ ସମନ୍ୱୟ ମାଧ୍ୟମରେ ନୂଆପଡ଼ାକୁ ଏକ ‘ଜଳବାୟୁ ସହନଶୀଳ ମଡେଲ୍ ଜିଲ୍ଲା’ ଭାବେ ଗଢ଼ିତୋଳିବା ଆଡାପ୍ଟ-୪-ଆର୍ ପ୍ରକଳ୍ପର ପ୍ରମୁଖ ଲକ୍ଷ୍ୟ ବୋଲି ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ପରବର୍ତ୍ତୀ ସମୟରେ ଏହି ମଡେଲ୍କୁ ଅନ୍ୟ ଜିଲ୍ଲା ଓ ରାଜ୍ୟରେ ପ୍ରୟୋଗ କରିବାର ଲକ୍ଷ୍ୟ ରହିଛି।ବୈଠକରେ DFO, ସୁନାବେଡ଼ା ବନ୍ୟପ୍ରାଣୀ ବିଭାଗ ସମୀର ସାହୁ, ଉପଜିଲ୍ଲାପାଳ ସୁର୍ମି ସୋରେନ୍, ଜିଲ୍ଲା ପରିଷଦର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ କ୍ଷମାନିଧି ଭୋଇଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ।
Table of Contents
ନୂଆପଡ଼ା -୦୨/୦୯- ଜଳବାୟୁ ପରିବର୍ତ୍ତନଜନିତ ଆହ୍ୱାନର ମୁକାବିଲା ସହ ଜିଲ୍ଲାର ତୃଣମୂଳସ୍ତରରେ ସହନଶୀଳତା ବୃଦ୍ଧି କରିବା ଲକ୍ଷ୍ୟରେ ନୂଆପଡ଼ାରେ ଆଡାପ୍ଟ-୪-ଆର୍ (ADAPT4R–Adaptation for Resilience) ପ୍ରକଳ୍ପକୁ ଆହୁରି ଗତିଶୀଳ କରାଯାଉଛି। ପ୍ରକଳ୍ପର କାର୍ଯ୍ୟାନ୍ୱୟନ ଅଗ୍ରଗତି ଓ ଆଗାମୀ କାର୍ଯ୍ୟଯୋଜନା ସମୀକ୍ଷା ନେଇ ଦ୍ୱିତୀୟ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାନ୍ୱୟନ କମିଟି (DPIC-2) ବୈଠକ ସଦ୍ଭାବନା ସଭାଗୃହରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ପ୍ରକଳ୍ପର ଏପର୍ଯ୍ୟନ୍ତ ଅଗ୍ରଗତି, ପ୍ରଥମ DPIC ବୈଠକରେ ନିଆଯାଇଥିବା ନିଷ୍ପତ୍ତିର ଅନୁପାଳନ ଏବଂ ଆଗାମୀ ମାସଗୁଡ଼ିକର କାର୍ଯ୍ୟଯୋଜନା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।
ବିଶେଷକରି ଜୀବିକା ସୁଦୃଢ଼ୀକରଣ, ସମ୍ପତ୍ତିକୁ ଜଳବାୟୁ ସହନଶୀଳ କରିବା, Last Mile Climate Services (LMCS), Climate Adaptation and Inclusive Communities (CAICs) ସହିତ ବିଭିନ୍ନ ସରକାରୀ ଯୋଜନାର ସମନ୍ୱୟ ଉପରେ ଗୁରୁତ୍ୱ ଦିଆଯାଇଥିଲା।ପ୍ରକଳ୍ପର ଜିଲ୍ଲା ନୋଡାଲ୍ ଅଧିକାରୀ ତଥା ଖଡ଼ିଆଳ DFO ଅଜିଜ ଖାନ୍ ପ୍ରକଳ୍ପର ବର୍ତ୍ତମାନ ସ୍ଥିତି, ଅଗ୍ରଗତି ଏବଂ ଆଗାମୀ କାର୍ଯ୍ୟଯୋଜନା ସମ୍ପର୍କରେ ବିସ୍ତୃତ ଉପସ୍ଥାପନ କରିଥିଲେ। ତୃଣମୂଳସ୍ତରରେ ପ୍ରକଳ୍ପର ଲକ୍ଷ୍ୟ ହାସଲ ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ଅଧିକ ସମନ୍ୱୟ ଓ ସମ୍ମିଳିତ ପ୍ରୟାସର ଆବଶ୍ୟକତା ଉପରେ ସେ ଆଲୋକପାତ କରିଥିଲେ।
ଏଥିସହ ଜିଲ୍ଲା ଜରୁରୀକାଳୀନ ଅଧିକାରୀ, କୃଷି, ପ୍ରାଣୀ ସମ୍ପଦ, ମତ୍ସ୍ୟ, ଶ୍ରମ, ଜଳସମ୍ପଦ, କଲ୍ୟାଣ, ଓଡ଼ିଶା ଜୀବିକା ମିଶନ, NABARD, LDM, KVK-ନୂଆପଡ଼ା, ବନ ବିଭାଗ ସମେତ ବୋଡେ଼ନ ଓ ଖଡ଼ିଆଳ ବ୍ଲକର BDOମାନେ ଉପସ୍ଥିତ ଥିଲେ।ପ୍ରକଳ୍ପ କାର୍ଯ୍ୟାନ୍ୱୟନ ସଂସ୍ଥା AJSA-Indiaର କର୍ମଚାରୀ ଏବଂ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ (WFP) ର SPMU କର୍ମଚାରୀମାନେ ମଧ୍ୟ ବୈଠକରେ ଯୋଗଦେଇଥିଲେ। ଏହାସହ WFP ନୂଆଦିଲ୍ଲୀର NPMU ଟିମ୍ ଏବଂ WFP ଓଡ଼ିଶା ମୁଖ୍ୟାଳୟ, ଭୁବନେଶ୍ୱରର ପ୍ରତିନିଧିମାନେ ଭର୍ଚୁଆଲ୍ ମାଧ୍ୟମରେ ବୈଠକରେ ସାମିଲ ହୋଇଥିଲେ।ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ମୁକାବିଲା କରି ଲୋକଙ୍କ ଜୀବିକା, ସମ୍ପତ୍ତି ଓ ଜୀବନକୁ ଅଧିକ ସୁରକ୍ଷିତ ଓ ସହନଶୀଳ କରିବା ଦିଗରେ ଆଡାପ୍ଟ-୪-ଆର୍ ପ୍ରକଳ୍ପ ନୂଆପଡ଼ା ପାଇଁ ଏକ ନୂଆ ଆଶାର ଦିଗ ଖୋଲିବ ବୋଲି ବୈଠକରେ ଆଶା ପ୍ରକାଶ ପାଇଥିଲା।