152

ନୂଆପଡ଼ା -୦୩/୦୯- ନୂଆପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦ୍ଭାବନା ସଭାଗୃହରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ (ଏସ୍ଏସ୍ଡି) ଅଧୀନସ୍ଥ ସମସ୍ତ ବିଦ୍ୟାଳୟର ଏକ ଉଚ୍ଚସ୍ତରୀୟ କାର୍ଯ୍ୟକାରିତା ତଥା ଶିକ୍ଷା ବ୍ୟବସ୍ଥା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାଶ ଏହି ବୈଠକରେ ଅଧ୍ୟକ୍ଷତା କରି ଶିକ୍ଷାର ମାନ ବୃଦ୍ଧି ଓ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ଉପରେ ବିଶେଷ ଗୁରୁତ୍ୱାରୋପ କରିଛନ୍ତି।

