135

ନୂଆପଡ଼ା – ୧୨/୦୯- ନୂଆପଡ଼ା ଜିଲ୍ଲା କଂଗ୍ରେସ କମିଟିର ନୂତନ ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଯୁବନେତା ଡ଼. ଅଙ୍କିତ ସିଂଘାଇଙ୍କୁ ଜିଲ୍ଲାର ପ୍ରମୁଖ ନେତୃବୃନ୍ଦ ଏବଂ କର୍ମକର୍ତ୍ତାମାନେ ଏକ ସୌଜନ୍ୟମୂଳକ ସାକ୍ଷାତ କରି ଭବ୍ୟ ସ୍ୱାଗତ ଜଣାଇଛନ୍ତି। ଏହି ଅବସରରେ ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସହ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ କାମନା କରାଯାଇଛି। ଡ଼. ସିଂଘାଇଙ୍କ ଏହି ଯୁବ ନେତୃତ୍ୱ ନୂଆପଡ଼ା ଜିଲ୍ଲା କଂଗ୍ରେସରେ ଏକ ନୂତନ ଉତ୍ସାହ, ଶକ୍ତି ଓ ଆଶାର ସଞ୍ଚାର କରିଛି। ତାଙ୍କର ଦକ୍ଷ ଓ ଗତିଶୀଳ ନେତୃତ୍ୱରେ ଆଗାମୀ ଦିନରେ ଦଳୀୟ ସଂଗଠନ ଆହୁରି ଅଧିକ ସୁଦୃଢ଼ ହେବା ସହ ଜନସେବାରେ ଏକ ନୂତନ ଅଧ୍ୟାୟ ସୃଷ୍ଟି ହେବ ବୋଲି ସମସ୍ତେ ଦୃଢ଼ ଆଶା ପୋଷଣ କରିଛନ୍ତି।
