Home ରାଜ୍ୟଟିବି ମୁକ୍ତ ଭାରତ ଅଭିଯାନ କୁ ନୂଆପଡ଼ା ରୁ ବଡ଼ ସମର୍ଥନ : ୨୧୦ କ୍ଷୟ ରୋଗୀଙ୍କ ପାଇଁ ପୋଷଣ କିଟ୍, ପ୍ରଥମ ପର୍ଯ୍ୟାୟରେ ୬୦ ଜଣଙ୍କୁ ବଣ୍ଟନ।

ଟିବି ମୁକ୍ତ ଭାରତ ଅଭିଯାନ କୁ ନୂଆପଡ଼ା ରୁ ବଡ଼ ସମର୍ଥନ : ୨୧୦ କ୍ଷୟ ରୋଗୀଙ୍କ ପାଇଁ ପୋଷଣ କିଟ୍, ପ୍ରଥମ ପର୍ଯ୍ୟାୟରେ ୬୦ ଜଣଙ୍କୁ ବଣ୍ଟନ।

by Maraguda Express
0 comments
ନୂଆପଡ଼ା-୮/୭ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଟିବି ମୁକ୍ତ ଭାରତ’ ସଂକଳ୍ପ କୁ ସାକାର କରିବା ଦିଗରେ ନୂଆପଡ଼ା ଜିଲ୍ଲାରେ ଏକ ପ୍ରଶଂସନୀୟ ଜନ କଲ୍ୟାଣ ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ‘ନିକ୍ଷୟ ପୋଷଣ ଯୋଜନା’ ଅଧୀନରେ କ୍ଷୟ ରୋଗୀମାନଙ୍କୁ ମାଗଣା ପୋଷଣ କିଟ୍ ବଣ୍ଟନ କରାଯାଇଥିଲା।ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ (ଏମସିଏଲ) ର କର୍ପୋରେଟ୍ ସାମାଜିକ ଦାୟିତ୍ୱ (ସିଏସଆର) ପଦକ୍ଷେପ ଏବଂ ଆରକେ ଏଚଆଇଭି ଏଡ଼ସ ରିସର୍ଚ୍ଚ ଏଣ୍ଡ କେଆର ସେଣ୍ଟର ର ମିଳିତ ସହଯୋଗରେ ନୂଆପଡ଼ା ବ୍ଲକର ୨୧୦ ଜଣ କ୍ଷୟରୋଗୀଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୬୦ ଜଣଙ୍କୁ ସ୍ୱତନ୍ତ୍ର ପୋଷଣ କିଟ୍ ପ୍ରଦାନ କରାଯାଇଛି।ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ ଏବଂ ଆରକେ ଏଚଆଇଭି ଏଡ଼ସ ରିସର୍ଚ୍ଚ ଏଣ୍ଡ କେଆର ସେଣ୍ଟର ର ଅଧ୍ୟକ୍ଷ ଡ଼ଃ ଧର୍ମେନ୍ଦ୍ର କୁମାରଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ ଏହି ମହତ୍ୱାକାଙ୍କ୍ଷୀ ଅଭିଯାନ ସଫଳତାର ସହ ଆଗକୁ ବଢ଼ୁଛି। ଏହି ଅବସରରେ ଜିଲ୍ଲାପାଳ କହିଥିଲେ ଯେ, “କ୍ଷୟରୋଗ ନିରାକରଣର ଜାତୀୟ ଲକ୍ଷ୍ୟ ପୂରଣ ପାଇଁ ପୋଷଣ ସହାୟତା, ସମାଜର ସହଯୋଗ ଓ ସଂସ୍ଥାଗତ ଭାଗୀଦାରି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।”। ବିଶେଷ କଥା ହେଉଛି, ଏହି ଅଭିଯାନ କେବଳ ଏକ ଦିବସୀୟ କାର୍ଯ୍ୟକ୍ରମ ନୁହେଁ। ବରଂ ଗତ ୯ ମାସ ଧରି ନିରନ୍ତର ଭାବେ ଏହା ସଫଳତାର ସହ ଚାଲିଆସୁଛି। ଜିଲ୍ଲାର ପ୍ରାୟ ୮୦୦ ଜଣ କ୍ଷୟରୋଗୀ ଏବଂ ସେମାନଙ୍କ ପରିବାରର ୩ ଜଣ ଲେଖାଏଁ ସଦସ୍ୟଙ୍କୁ ପ୍ରତିମାସ ନିୟମିତ ଭାବେ ପୋଷଣ କିଟ୍ ପ୍ରଦାନ କରାଯାଉଛି। ଏହା ଦ୍ୱାରା ରୋଗୀମାନେ ଉନ୍ନତ ପୋଷଣ ପାଇ ସୁସ୍ଥ ହେବା ସହ ସାଧାରଣ ଜୀବନଧାରାକୁ ଶୀଘ୍ର ଫେରିପାରୁଛନ୍ତି।ଏହି କାର୍ଯ୍ୟକ୍ରମରେ ଜିଲ୍ଲା କ୍ଷୟରୋଗ ଅଧିକାରୀ ଦିଲୀପ ଦାସ, ଡିପିସି ତାପସ ଭୋଇଦାର, ପିପିଏମ୍ ଦେବୀପ୍ରସାଦ ମିଶ୍ର, ନାରାୟଣ ହୋତା, ଅଭିଳାଷ ମହାପାତ୍ର (ଏସଟିଏସ୍) ସମେତ ସ୍ୱାସ୍ଥ୍ୟ ବିଭାଗର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।ଆୟୋଜକ ସଂସ୍ଥାର ପକ୍ଷରୁ ସୁଶ୍ରୀ ଯୋଗିତା ବୋରକର (ପ୍ରୋଜେକ୍ଟ ହେଡ୍), ଅନି ଭୂଷଣ ରାୟ (ପ୍ରୋଜେକ୍ଟ କଣ୍ଟ୍ରୋଲର) ଏବଂ ସତ୍ୟଜିତ ଦାସ (ପ୍ରୋଜେକ୍ଟ ମ୍ୟାନେଜର) କାର୍ଯ୍ୟକ୍ରମର ସଫଳ ପରିଚାଳନା କରିଥିଲେ। ଟିବି ବିରୋଧୀ ଲଢ଼େଇରେ ଏମସିଏଲ ଏବଂ ଆରକେ ଏଚଆଇଭି ଏଡ଼ସ ରିସର୍ଚ୍ଚ ଏଣ୍ଡ କେଆର ସେଣ୍ଟର ର ଏହି ମାନବୀୟ ତଥା ସାମାଜିକ ପଦକ୍ଷେପ ସାରା ନୂଆପଡ଼ା ଜିଲ୍ଲାରେ ବେଶ୍ ପ୍ରଶଂସା ସାଉଁଟିଛି। ସମାଜର ସମସ୍ତ ବର୍ଗର ଲୋକେ ଏହି ଅଭିଯାନକୁ “ଟିବି ମୁକ୍ତ ନୂଆପଡ଼ା, ଟିବି ମୁକ୍ତ ଭାରତ” ଲକ୍ଷ୍ୟ ପୂରଣ ଦିଗରେ ଏକ ଉଲ୍ଲେଖନୀୟ ପଦକ୍ଷେପ ବୋଲି ମତ ପ୍ରକାଶ କରିଛନ୍ତି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha