Home ରାଜ୍ୟନୂଆପଡ଼ାରେ ଉତ୍ସାହର ସହ ଅନୁଷ୍ଠିତ ହେଲା NILP-ULLAS ସାକ୍ଷରତା ପରୀକ୍ଷା :୧୦,୨୫୦ ନୂତନ ଶିକ୍ଷାର୍ଥୀ ଦେଲେ ପରୀକ୍ଷା; ପ୍ରାପ୍ତବୟସ୍କ ସାକ୍ଷରତା ଅଭିଯାନକୁ ମିଳିଲା ଗତି।

ନୂଆପଡ଼ାରେ ଉତ୍ସାହର ସହ ଅନୁଷ୍ଠିତ ହେଲା NILP-ULLAS ସାକ୍ଷରତା ପରୀକ୍ଷା :୧୦,୨୫୦ ନୂତନ ଶିକ୍ଷାର୍ଥୀ ଦେଲେ ପରୀକ୍ଷା; ପ୍ରାପ୍ତବୟସ୍କ ସାକ୍ଷରତା ଅଭିଯାନକୁ ମିଳିଲା ଗତି।

by Maraguda Express
0 comments
ନୂଆପଡ଼ା -୨୧/୦୯- ନୂତନ ଭାରତ ସାକ୍ଷରତା କାର୍ଯ୍ୟକ୍ରମ (NILP-ULLAS) ଅନ୍ତର୍ଗତ ସାକ୍ଷରତା ପରୀକ୍ଷା ରବିବାର ନୂଆପଡ଼ା ଜିଲ୍ଲାର ସମସ୍ତ ବ୍ଲକରେ ଉତ୍ସାହ ଓ ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଛି। ଜିଲ୍ଲାର ବିଭିନ୍ନ ଗ୍ରାମର ବିଦ୍ୟାଳୟଗୁଡ଼ିକୁ ପରୀକ୍ଷା କେନ୍ଦ୍ର ଭାବେ ପ୍ରସ୍ତୁତ କରାଯାଇଥିଲା।ଚଳିତ ବର୍ଷ ଜିଲ୍ଲାରେ ପଞ୍ଜୀକୃତ ୧୨,୦୦୦ ଜଣ ନୂତନ ଶିକ୍ଷାର୍ଥୀଙ୍କ ମଧ୍ୟରୁ ୧୦,୨୫୦ ଜଣ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ସାକ୍ଷରତା ପରୀକ୍ଷା ଦେଇଛନ୍ତି। ଏଥିରେ ମହିଳା ଓ ପୁରୁଷ ଉଭୟ ଶିକ୍ଷାର୍ଥୀ ସାମିଲ ହୋଇଥିଲେ। ୧୮ରୁ ୬୦ ବର୍ଷ ବୟସର ଶିକ୍ଷାର୍ଥୀମାନଙ୍କ ଉତ୍ସାହପୂର୍ଣ୍ଣ ଉପସ୍ଥିତି ପ୍ରାପ୍ତବୟସ୍କ ସାକ୍ଷରତା ପ୍ରତି ଜିଲ୍ଲାବାସୀଙ୍କ ଆଗ୍ରହକୁ ପ୍ରତିଫଳିତ କରିଛି।ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ଃ ପ୍ରଶାନ୍ତ କୁମାର ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗଠିତ ମନିଟରିଂ ଟିମ୍ ସମଗ୍ର ପରୀକ୍ଷା ପ୍ରକ୍ରିୟାର ନିରୀକ୍ଷଣ କରିଥିଲା। ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ଃ ରେଶମଲାଲ ନାୟକଙ୍କ ସମେତ ସମସ୍ତ BEO ଓ ABEO ବିଭିନ୍ନ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରି ପରୀକ୍ଷାର ସୁପରିଚାଳନା ନିଶ୍ଚିତ କରିଥିଲେ।ଜିଲ୍ଲାର ସମସ୍ତ CRCCଙ୍କୁ ନିଜ ନିଜ କ୍ଲଷ୍ଟରରେ ନୋଡାଲ ଅଫିସର ଭାବେ ଦାୟିତ୍ୱ ଦିଆଯାଇଥିଲା। ସକାଳ ୧୦ଟାରୁ ଆରମ୍ଭ ହୋଇଥିବା ପରୀକ୍ଷା ସମସ୍ତ କେନ୍ଦ୍ରରେ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହୋଇଥିଲା।ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ଯେ, ULLAS କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରାପ୍ତବୟସ୍କ ସାକ୍ଷରତାର ପ୍ରସାର ଓ ଶିକ୍ଷାର ସାର୍ବଜନୀନକରଣ ଦିଗରେ ଏହି ପରୀକ୍ଷା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ସଫଳ ଆୟୋଜନ ପାଇଁ ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଶିକ୍ଷକ, ସ୍ୱେଚ୍ଛାସେବୀ, ମନିଟରିଂ ଟିମ୍ ଏବଂ ନୂତନ ଶିକ୍ଷାର୍ଥୀଙ୍କୁ କୃତଜ୍ଞତା ଜଣାଯାଇଛି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha