14

ନୂଆପଡ଼ା – ୧୬/୪ – ନୂଆପଡ଼ା ଜିଲ୍ଲାର କ୍ରୀଡ଼ା ଆକାଶରେ ଆଜି ଉତ୍ସାହର ମାହୋଲ। “ପ୍ରତିଭା ଅନେକ, ଲକ୍ଷ୍ୟ ଏକ—ପଡ଼ିଆରୁ ପୋଡିଅମ୍” ମନ୍ତ୍ରକୁ ସାର୍ଥକ କରି ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ଜିଲ୍ଲାସ୍ତରୀୟ ସିଏମ୍ ଟ୍ରଫି-୨୦୨୬- ଖୋ-ଖୋ ପ୍ରତିଯୋଗିତା ଗତ କାଲି ମହାସମାରୋହରେ ଉଦଯାପିତ ହୋଇଯାଇଛି।
୧୪ ବର୍ଷରୁ କମ୍ ବୟସର ବାଳକ ଓ ବାଳିକା ବିଭାଗରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଜିଲ୍ଲାର କ୍ରୀଡ଼ା ପ୍ରତିଭାମାନେ ନିଜର ଦକ୍ଷତା ପ୍ରଦର୍ଶନ କରିଛନ୍ତି। ସଂଘର୍ଷ ପୂର୍ଣ୍ଣ ରହିଥିଲା ଫାଇନାଲ୍ ମୁକାବିଲା ସକାଳ ୭ଟା ରୁ ଆରମ୍ଭ ହୋଇଥିବା ସେମିଫାଇନାଲ ଓ ଫାଇନାଲ ମ୍ୟାଚରେ ଦଳଗୁଡ଼ିକ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା। ଶତାଧିକ ପ୍ରତିଯୋଗୀ ଅନଲାଇନ୍ ପଞ୍ଜୀକରଣ ମାଧ୍ୟମରେ ଏହି କ୍ରୀଡ଼ା ମହାକୁମ୍ଭରେ ସାମିଲ ହୋଇଥିଲେ।ଫଳାଫଳ ଅନୁସାରେ, ବାଳିକା ବିଭାଗରେ ନେସନାଲ ଉଚ୍ଚ ବିଦ୍ୟାଳୟ, ନୂଆପଡ଼ା ଦଳ ଚାମ୍ପିୟନ୍ ହୋଇଥିବାବେଳେ ବାଞ୍ଜିବାହଳ ଖୋ-ଖୋ କ୍ଲବ୍ ରନର୍ସ-ଅପ୍ ହୋଇଛି। ସେହିପରି ବାଳକ ବିଭାଗରେ ସିନାପାଳି ବ୍ଲକର ନୀଳଜୀ ଖୋ-ଖୋ ଦଳ ଚାମ୍ପିୟନ୍ ଓ ସରକାରୀ ଉଚ୍ଚ ବିଦ୍ୟାଳୟ, ମଗୁରପାଣି ଦଳ ରନର୍ସ-ଅପ୍ ହୋଇଛି।

