106
ବ୍ୟାପକ ଜନସଚେତନତା ଅଭିଯାନ।
Table of Contents
ନୂଆପଡ଼ା -୧୨/୦୯- ନୂଆପଡ଼ା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଏବଂ ଜିଲ୍ଲା ଓ ଦୌରା ଜଜ୍ ତଥା ପ୍ରାଧିକରଣର ଅଧ୍ୟକ୍ଷ ସମର ବିଳାସ ବେହେରାଙ୍କ ଅଧ୍ୟକ୍ଷତାରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି।
ଏହି ଲୋକ ଅଦାଲତରେ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ନୂଆପଡ଼ା ସୁନୀଲ କୁମାର ଦାସ, ବରିଷ୍ଠ ଦେୱାନୀ ଜଜ୍ ଦୁର୍ବାସା ଦୁର୍ଗା, ମହିଳା କୋର୍ଟ ଜଜ୍ ସରୋଜିନୀ ସାହୁ, ବରିଷ୍ଠ ଦେୱାନୀ ଜଜ୍ ଖଡ଼ିଆଳ ଇଶା ପତି, ନିବନ୍ଧକ ସୌଭାଗ୍ୟ ରଞ୍ଜନ ପ୍ରଧାନ, ଏସ୍.ଡି.ଜେ.ଏମ୍. ସ୍ନାତକୀ ଦାଶଙ୍କ ସମେତ କୋମନା, ସିନାପାଲି, ଖଡ଼ିଆଳ, ବୋଡ଼େନ ଓ ନୂଆପଡ଼ାର ବିଭିନ୍ନ ନ୍ୟାୟିକ ଅଧିକାରୀ ଯୋଗଦେଇଥିଲେ।
ଲୋକ ଅଦାଲତରେ ପାରିବାରିକ ବିବାଦ, ଚେକ୍ ବାଉନ୍ସ, ଦେୱାନୀ ମାମଲା, ମୋଟର ଦୁର୍ଘଟଣାଜନିତ କ୍ଷତିପୂରଣ, ଖାଉଟି ମାମଲା ଓ ରାଜସ୍ୱ ମାମଲା ସମେତ ମୋଟ ୫,୦୭୮ଟି ମାମଲା ବିଚାର କରାଯାଇଥିଲା। ଏଥିରୁ ଆପୋଷ ବୁଝାମଣା ମାଧ୍ୟମରେ ୩,୨୫,୩୭,୦୦୦ ଟଙ୍କାର ମାମଲା ସମାଧାନ କରାଯାଇଥିଲା।
ସେହିପରି ବିଭିନ୍ନ ବ୍ୟାଙ୍କ, ପରିବହନ ବିଭାଗ ଓ ବିଦ୍ୟୁତ୍ ବିଭାଗର ଅଂଶଗ୍ରହଣରେ ବ୍ୟାଙ୍କ ଋଣ ବକେୟା ଓ ବିଦ୍ୟୁତ୍ ଶୁଳ୍କ ଦେୟ ସମ୍ବନ୍ଧୀୟ ୧୪୯ଟି ମାମଲା ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ ହୋଇଥିଲା।
ଏଥିରୁ ମୋଟ ୨୧,୩୦,୨୬୬ ଟଙ୍କା ଆଦାୟ ହୋଇଥିଲା।ମୋଟ ସମାଧାନ ରାଶି ଦୁଇଟି ଅଙ୍କକୁ ମିଶାଇ :
