106
ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାର ସଫଳତା ଉପରେ ଏକ ନଜର –
ନୂଆପଡ଼ା -୨୯/୪- ନୂଆପଡ଼ା ଜିଲ୍ଲାରେ ପ୍ରବାସୀ ଶ୍ରମିକମାନଙ୍କ ସୁରକ୍ଷା, ସାମଗ୍ରିକ କଲ୍ୟାଣ ଏବଂ ପ୍ରବାସ ପ୍ରଥାର ସ୍ଥାୟୀ ନିରାକରଣ ପାଇଁ ପ୍ରଶାସନ ତତ୍ପରତା ପ୍ରକାଶ କରିଛି। ସ୍ଥାନୀୟ ସଦ୍ଭାବନା ସଭାଗୃହ ରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ‘ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି’ ବୈଠକ ଗତ କାଲି ଅନୁଷ୍ଠିତ ହୋଇଯାଇଛି।
ଏହି ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମ୍ରିତପାଲ ସିଂ, ବନଖଣ୍ଡ ଅଧିକାରୀ ଅଜିଜ ଖାନ, ଉପ-ଜିଲ୍ଲାପାଳ ସୁର୍ମି ସୋରେନ, ଜିଲ୍ଲା ପରିଷଦ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ କ୍ଷମାନିଧି ଭୋଇ ଙ୍କ ସମେତ ସମସ୍ତ ତହସିଲଦାର ଓ ବିଡିଓମାନେ ଯୋଗ ଦେଇଥିଲେ।