Home ରାଜ୍ୟନୂଆପଡ଼ା ଜିଲ୍ଲା ଉନ୍ନୟନ ସମିତି ସମୀକ୍ଷା : ଜଳ ସମସ୍ୟାର ସମାଧାନ ଓ ‘ଓସୱାସ୍’ ବ୍ୟବହାର ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱ।

ନୂଆପଡ଼ା ଜିଲ୍ଲା ଉନ୍ନୟନ ସମିତି ସମୀକ୍ଷା : ଜଳ ସମସ୍ୟାର ସମାଧାନ ଓ ‘ଓସୱାସ୍’ ବ୍ୟବହାର ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱ।

by Maraguda Express
0 comments
ନୂଆପଡ଼ା -୨୯/୪ – ନୂଆପଡ଼ା ଜିଲ୍ଲାର ସାମଗ୍ରିକ ପ୍ରଗତି ଏବଂ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରିବା ପାଇଁ ସ୍ଥାନୀୟ ସଦ୍ଭାବନା ସଭାଗୃହଠାରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲା ଉନ୍ନୟନ ସମିତି ବୈଠକ ଗତ କାଲି ଅନୁଷ୍ଠିତ ହୋଇଯାଇଛି।
ଜଳ ସମସ୍ୟାର ତୁରନ୍ତ ସମାଧାନ  ପାଇଁ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲାରେ ଦେଖାଦେଉଥିବା ପାନୀୟ ଜଳ ସମସ୍ୟାକୁ ପ୍ରାଥମିକତା ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସମ୍ବନ୍ଧିତ ବିଭାଗଗୁଡ଼ିକୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରିବାକୁ କୁହାଯାଇଛି।
ସରକାରୀ କାର୍ଯ୍ୟରେ ସ୍ୱଚ୍ଛତା ଆଣିବା ପାଇଁ ‘ଓସୱାସ୍’ ମାଧ୍ୟମରେ ଅନଲାଇନ ଫାଇଲ୍ ପରିଚାଳନାକୁ ଜୋରଦାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁ କାର୍ଯ୍ୟାଳୟ ଏହି ବ୍ୟବହାରରେ ଶ୍ରେଷ୍ଠ ପ୍ରଦର୍ଶନ କରିବ, ସେମାନଙ୍କୁ ପୁରସ୍କୃତ କରାଯିବ ବୋଲି ଜିଲ୍ଲାପାଳ ଘୋଷଣା କରିଛନ୍ତି। ପର୍ଯ୍ୟଟନ, ରାସ୍ତା ଓ ଗୃହ ନିର୍ମାଣ, ଗ୍ରାମ୍ୟ ଉନ୍ନୟନ ଏବଂ ଜାତୀୟ ରାଜପଥ ବିଭାଗର କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡ଼ିକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ ତାଗିଦ୍ କରାଯାଇଛି।
ଏହି ଉଚ୍ଚସ୍ତରୀୟ ବୈଠକରେ ବନଖଣ୍ଡ ଅଧିକାରୀ (ପ୍ରାନ୍ତୀୟ) ଅଜିଜ୍ ଖାନ, ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଉପ-ଜିଲ୍ଲାପାଳ ସୁର୍ମି ସୋରେନ ଏବଂ ଏପିଡି କ୍ଷମାନିଧି ଭୋଇଙ୍କ ସମେତ ସମସ୍ତ ବିଡ଼ିଓ, ତହସିଲଦାର ଓ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଉପ-ନିର୍ଦ୍ଦେଶକ (ପରିସଂଖ୍ୟାନ) ଦିଲେଶ୍ୱର ଧରୁଆ ପୂର୍ବ ବୈଠକର ବିବରଣୀ ଉପସ୍ଥାପନ କରିଥିଲେ।
ଉନ୍ନୟନ ବୈଠକ ପରେ ‘ଗ୍ରାମଦୟ’ ସମୀକ୍ଷା ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମ୍ରିତପାଲ ସିଂ ଯୋଗ ଦେଇଥିଲେ। ଏହି ଅବସରରେ ଜିଲ୍ଲାର କୃଷି, ମତ୍ସ୍ୟ ଚାଷ, ଶିକ୍ଷା ଏବଂ ସ୍ୱାସ୍ଥ୍ୟ ସେବା ଉପରେ ବିସ୍ତୃତ ସମୀକ୍ଷା କରାଯାଇଥିଲା। ଜିଲ୍ଲାରେ ଏକ ବୃହତ ହୋମିଓପାଥିକ ହସ୍ପିଟାଲ ପାଇଁ ୧୪ ଏକର ଜମି ଚିହ୍ନଟ କରାଯାଇଛି। ଏହାର କ୍ଷେତ୍ର ପରିଦର୍ଶନ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
ମାଗଣା କୋଚିଂ ବ୍ୟବସ୍ଥା । ୟୁପିଏସସି ଏବଂ ଓପିଏସସି ପ୍ରାର୍ଥୀଙ୍କ ପାଇଁ ଜିଲ୍ଲା ନିୟୋଜନ କାର୍ଯ୍ୟାଳୟରେ ଆରମ୍ଭ ହୋଇଥିବା ମାଗଣା କୋଚିଂ ବ୍ୟବସ୍ଥାକୁ ନେଇ ଜିଲ୍ଲାପାଳ ସନ୍ତୋଷ ପ୍ରକାଶ କରିଛନ୍ତି। ଶେଷରେ, ସମସ୍ତ ସରକାରୀ କର୍ମଚାରୀଙ୍କୁ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରି ଜିଲ୍ଲାର ସେବା ପ୍ରଦାନ ପ୍ରକ୍ରିୟାରେ ଗୁଣାତ୍ମକ ସୁଧାର ଆଣିବାକୁ ଜିଲ୍ଲାପାଳ ଆହ୍ୱାନ ଦେଇଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha