157
ନୂଆପଡ଼ା -୪/୬-ନୂଆପଡ଼ା ଜିଲ୍ଲାରେ ଚୋରା ଧାନ କାରବାର ବିରୋଧରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ନିର୍ଦ୍ଦେଶକ୍ରମେ ଅବୈଧ ଧାନ ମହଜୁଦ ଏବଂ ଆନ୍ତଃରାଜ୍ୟ ଚୋରା ଚାଲାଣ ଉପରେ ଗତକାଲି କଡ଼ା ଚଢ଼ାଉ କରାଯାଇଛି। ଦୁଇଟି ପୃଥକ ସ୍ଥାନରେ ହୋଇଥିବା ଏହି ଅଭିଯାନରେ ମୋଟ ୪୬.୩୦ କ୍ୱିଣ୍ଟାଲ ଚୋରା ଧାନ ଜବତ କରାଯାଇଛି।
ପ୍ରଥମ ଘଟଣା ରେ ଓଡ଼ିଶା-ଛତିଶଗଡ଼ ସୀମାରେ ଚଢ଼ାଉ। ୨୭ କ୍ୱିଣ୍ଟାଲ ଧାନ ଜବତ।ସିନାପାଲି ବ୍ଲକ ଅନ୍ତର୍ଗତ ଛତିଶଗଡ଼-ଓଡ଼ିଶା ସୀମାନ୍ତବର୍ତ୍ତୀ ସିଂଘଝର ଗ୍ରାମ ରେ ପ୍ରଶାସନ ତରଫରୁ ପ୍ରଥମ ଚଢ଼ାଉ କରାଯାଇଥିଲା। ସୁରେଶ ମାଝୀଙ୍କ ବାସଭବନ ରୁ ୬୪ ଟି ବସ୍ତାରେ ଗଚ୍ଛିତ ଥିବା ୨୭.୨୦ କ୍ୱିଣ୍ଟାଲ ଅବୈଧ ଧାନ ଜବତ କରାଯାଇଛି।ଏହି ଚଢ଼ାଉ ଅତିରିକ୍ତ ତହସିଲଦାର ଜଗଜୀବନ ମାଝୀଙ୍କ ନେତୃତ୍ବ ରେ ହୃଷୀକେଶ ନାଏକ ଏ ସି ଏସ ଓ ସଦର ନୂଆପଡ଼ା, ଦେବେନ୍ଦ୍ର ସେଠିଆ ଯୋଗାଣ ନିରୀକ୍ଷକ, ସିନାପାଲି, ଆଲୋକ ପାତ୍ର ଯୋଗାଣ ନିରୀକ୍ଷକ, ବୋଡ଼େନ, ଏବଂ ସୌମ୍ୟରଞ୍ଜନ ମହାନନ୍ଦ ଯୋଗାଣ ନିରୀକ୍ଷକ, ଖଡ଼ିଆଳ ପ୍ରମୂଖ ଚଢ଼ାଉ ଦଳ ରେ ସାମିଲ ଥିଲେ।
ଦ୍ଵିତୀୟ ଘଟଣା ରେ ଗାଡ଼ି ଯାଞ୍ଚ ବେଳେ ଧରାପଡ଼ିଲା ଛତିଶଗଡ଼ ନମ୍ବର ଗାଡ଼ି। ନୂଆପଡ଼ା ବ୍ଲକ ଅନ୍ତର୍ଗତ ଧରମବନ୍ଧା ଅଞ୍ଚଳରେ ସାମନା କୁ ଆସିଛି। ସେଠାରେ ଗାଡ଼ି ଯାଞ୍ଚ ସମୟରେ ଏକ ସନ୍ଦେହଜନକ ଗାଡ଼ିକୁ ଅଟକାଯାଇଥିଲା।ଗାଡ଼ି ନମ୍ବର- CG 06 GX 8554 (ଛତିଶଗଡ଼ ପଞ୍ଜିକରଣ)। ୬୦ ଟି ବସ୍ତାରେ ଥିବା ୧୯.୧୦ କ୍ୱିଣ୍ଟାଲ ଧାନ। ଏହି ଚଡାଉ ନୂଆପଡ଼ା ଅତିରିକ୍ତ ତହସିଲଦାର କସ୍ତୁଭ ଶାହା ଙ୍କ ନେତୃତ୍ବ ରେ ହୃଷୀକେଶ ନାଏକ ଏସିଏସଓ ସଦର ନୂଆପଡ଼ା ଏବଂ ଶୁଭଶ୍ରୀ ଦାସ ଯୋଗାଣ ନିରୀକ୍ଷକ, ନୂଆପଡ଼ା ପ୍ରମୁଖ ଚଢ଼ାଉ ଦଳରେ ସାମିଲ ଥିଲେ। ଉଭୟ ଘଟଣା ର କୌଣସି ବୈଧ କାଗଜପତ୍ର ନଥିଲା, ତଦନ୍ତ ଜାରି। ଉଭୟ ଘଟଣାରେ ଧାନର ବୈଧ ମହଜୁଦ ଏବଂ ପରିବହନ ସମ୍ପର୍କିତ କୌଣସି ସଠିକ୍ ଦଲିଲ୍ କିମ୍ବା କାଗଜପତ୍ର ପ୍ରଶାସନ ସମ୍ମୁଖରେ ଉପସ୍ଥାପନ କରାଯାଇପାରି ନାହିଁ। ଏହି କାରଣରୁ ଆଇନ ଅନୁଯାୟୀ ସମସ୍ତ ଧାନକୁ ଅଟକ ରଖାଯିବା ସହ ଘଟଣାର ଅଧିକ ତଦନ୍ତ ଚାଲିଛି। ଚୋରା ଚାଲାଣକାରୀ ଙ୍କୁ ପ୍ରଶାସନର ଚେତାବନୀ- ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଅଞ୍ଚଳଗୁଡ଼ିକ ରେ ପ୍ରଶାସନର କଡ଼ା ନଜର ରହିଛି। ଆଗାମୀ ଦିନରେ ଏହି ଅବୈଧ କାରବାର ଏବଂ ଚୋରା ଚାଲାଣ ବିରୋଧରେ ଯାଞ୍ଚ ଓ ଚଢ଼ାଉ ଅଭିଯାନ ଆହୁରି ଜୋରଦାର କରାଯିବ। ଅସାଧୁ ବ୍ୟବସାୟୀଙ୍କୁ କୌଣସି ପରିସ୍ଥିତିରେ ଛଡ଼ାଯିବ ନାହିଁ ବୋଲି ପ୍ରଶାସନ ଚେତାବନୀ ଦେଇଛି।