Home ରାଜ୍ୟନୂଆପଡ଼ାରେ ପ୍ରାଣୀ ସମ୍ପଦ ବିଭାଗର ମାସିକ ସମୀକ୍ଷା: ସଫଳ ପଶୁପାଳକ ଙ୍କୁ ସମ୍ମାନିତ କଲେ ଜିଲ୍ଲାପାଳ।

ନୂଆପଡ଼ାରେ ପ୍ରାଣୀ ସମ୍ପଦ ବିଭାଗର ମାସିକ ସମୀକ୍ଷା: ସଫଳ ପଶୁପାଳକ ଙ୍କୁ ସମ୍ମାନିତ କଲେ ଜିଲ୍ଲାପାଳ।

by Maraguda Express
0 comments
ନୂଆପଡ଼ା-୧୮/୭- ନୂଆପଡ଼ା ଜିଲ୍ଲା ମୁଖ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ପ୍ରାଣୀ ସମ୍ପଦ ବିଭାଗର ଏକ ଗୁରୁତ୍ୱପୂର୍ଣ୍ଣ ମାସିକ ସମୀକ୍ଷା ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ପ୍ରାଣୀ ସ୍ୱାସ୍ଥ୍ୟସେବା, ପଶୁପାଳନ ଯୋଜନା, ମୋବାଇଲ ଚିକିତ୍ସା ସେବା ଏବଂ ପଶୁପାଳକ ଙ୍କ ଜୀବିକା ବୃଦ୍ଧି ଭଳି ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି ନେଇ ଏହି ବୈଠକରେ ବ୍ୟାପକ ଆଲୋଚନା କରାଯାଇଛି।
ବୈଠକ ପ୍ରାରମ୍ଭରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ା. ସୁଖେନ୍ଦୁ ରାୟ ବିଭାଗ ପକ୍ଷରୁ ଚାଲିଥିବା ସରକାରୀ ଯୋଜନା ଓ ସେବାର ସାମଗ୍ରିକ ସଫଳତା ସମ୍ପର୍କରେ ବିସ୍ତୃତ ଉପସ୍ଥାପନା କରିଥିଲେ।
ମୁଖ୍ୟମନ୍ତ୍ରୀ ମୋବାଇଲ ପ୍ରାଣୀ ଚିକିତ୍ସା ମାଧ୍ୟମ ରେ ଲକ୍ଷ୍ୟଠାରୁ ଅଧିକ ସଫଳତା।
ସମୀକ୍ଷା ଅନୁଯାୟୀ, ଜିଲ୍ଲାରେ ‘ମୁଖ୍ୟମନ୍ତ୍ରୀ ମୋବାଇଲ ପ୍ରାଣୀ ଚିକିତ୍ସା ସେବା’ ଅଧୀନରେ ଚଳିତ ବର୍ଷ ଜୁଲାଇ ୧୫ ସୁଦ୍ଧା ଅଦ୍ଭୁତପୂର୍ବ ସଫଳତା ମିଳିଛି:
ଜିଲ୍ଲା ର ୫ଟି ବ୍ଲକର ୫୦୩ ଟି ଗ୍ରାମକୁ ୨୫୩ ଦିନ ସେବା ଯୋଗାଇ ଦିଆଯାଇଛି।
୧୯,୨୩୭ଟି ପ୍ରାଣୀଙ୍କ ଚିକିତ୍ସା ଏବଂ ୨୧,୮୦୦ଟି ଟିକାକରଣ ସମ୍ପୂର୍ଣ୍ଣ ହୋଇଛି। ୨୩୪ଟି ସଚେତନତା ଶିବିର ଏବଂ ୧,୦୩୮ଟି ତତ୍କାଳୀନ ପାଥୋଲୋଜିକାଲ ପରୀକ୍ଷା କରାଯାଇଛି।ଜିଲ୍ଲାରେ ଏହି ସେବା ନିର୍ଦ୍ଧାରିତ ଲକ୍ଷ୍ୟ ଠାରୁ ଅଧିକ ସଫଳତା ହାସଲ କରିଥିବା ବୈଠକରେ ପ୍ରକାଶ ପାଇଛି।
ବ୍ୟାପକ ଟିକାକରଣ ଓ ବନ୍ୟପ୍ରାଣୀ ଉଦ୍ଧାର।
ଜାତୀୟ ପଶୁ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ (NADCP) ଅଧୀନରେ ଖୁରା-ମୁହଁ ରୋଗ (FMD) ଫେଜ୍-୮ ପାଇଁ ୧,୧୪,୩୪୨ଟି ପଶୁଙ୍କ ଟିକାକରଣ ଶେଷ ହୋଇଛି ଏବଂ PPR କାର୍ଯ୍ୟକ୍ରମ ଜାରି ରହିଛି। ଏହା ସହିତ ଗ୍ରାମସ୍ତରୀୟ ପ୍ରାଣୀ ସ୍ୱାସ୍ଥ୍ୟ ଶିବିର (୬୦ଟି ଶିବିର) ମାଧ୍ୟମରେ ୭,୪୮୨ ପ୍ରାଣୀ ର ଚିକିତ୍ସା ଯାଇଥିବା ବେଳେ ୨,୩୩୧ ଜଣ ପଶୁପାଳକ ଉପକୃତ ହୋଇଛନ୍ତି।
ବନ୍ୟପ୍ରାଣୀ ସୁରକ୍ଷା,-ନୂଆପଡ଼ା ବ୍ଲକରୁ ଏକ ବିଲୁପ୍ତପ୍ରାୟ ବଜ୍ରକାପ୍ତା ଏବଂ କିନେରକେଲା ଗ୍ରାମରୁ ତାର ବାଡ଼ରେ ଫସିଯାଇଥିବା ଏକ ଜଙ୍ଗଲୀ ଭାଲୁ କୁ ସଫଳତାର ସହ ଉଦ୍ଧାର କରାଯାଇ ଚିକିତ୍ସା ପରେ ପୁନର୍ବାସ କରାଯାଇଛି।
ସଫଳ ଚାଷୀ ହେଲେ ସମ୍ମିଳିତ।
ଆଧୁନିକ ପଶୁପାଳନ ମାଧ୍ୟମରେ ସ୍ୱାବଲମ୍ବୀ ହୋଇ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଥିବା ଜିଲ୍ଲାର ପ୍ରଗତିଶୀଳ ଚାଷୀମାନଙ୍କୁ ଜିଲ୍ଲାପାଳଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା:
୧. ତ୍ରିବେଣୀ ସାହୁ (ଧାମନପୁରୀ, ନୂଆପଡ଼ା)
୨. ସୁନୀତା ଆହୀର (ତରବୋଡ଼, କୋମନା – ଗୋପାଳନ ଯୋଜନା)
୩. ନୀଳେନ୍ଦ୍ରୀ ମେହେର (ଗମ୍ଭାରୀଗୁଡ଼ା, ସିନାପାଲି – ବ୍ରଏଲର କୁକୁଡ଼ା ପାଳନ)
୪. ମିଳନ ତାଣ୍ଡି (ଚାନାବେଡ଼ା, ଖଡ଼ିଆର – ବ୍ରଏଲର କୁକୁଡ଼ା ପାଳନ)
୫. ଗୁଣମତୀ ଭୋଇ (ସୁନାପୁର, ବୋଡ଼େନ – ବ୍ରଏଲର କୁକୁଡ଼ା ପାଳନ)
ସମୀକ୍ଷା ଶେଷରେ ଜିଲ୍ଲାପାଳ ଶ୍ରୀ ଦାଶ ସମସ୍ତ ସରକାରୀ ଯୋଜନାର ଗୁଣାତ୍ମକ ଓ ସମୟବଦ୍ଧ କାର୍ଯ୍ୟକାରିତା ଉପରେ ଗୁରୁତ୍ୱ ଦେଇଥିଲେ। ଗ୍ରାମାଞ୍ଚଳରେ ପ୍ରାଣୀ ସ୍ୱାସ୍ଥ୍ୟ ସେବାର ଅଧିକ ସମ୍ପ୍ରସାରଣ ଏବଂ ଜୀବିକାମୂଳକ ପଶୁପାଳନକୁ ବ୍ୟାପକ ପ୍ରୋତ୍ସାହନ ଦେବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଏହି ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପନିର୍ଦ୍ଦେଶକ ଡ଼. କେ. ପାର୍ଥସାରଥୀ ଦୋରା, ଡ଼. ସିମ୍ଫୋନୀ ମହାନ୍ତିଙ୍କ ସମେତ ସମସ୍ତ ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଓ ପ୍ରଗତିଶୀଳ ପଶୁପାଳକମାନେ ଉପସ୍ଥିତ ଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha