106

ନୂଆପଡ଼ା- ୧୮/୦୭- ନୂଆପଡ଼ା ଜିଲ୍ଲାରେ କୃଷି, ମୃତ୍ତିକା ସଂରକ୍ଷଣ ଓ ଜଳସଂରକ୍ଷଣ ଭଳି ଗୁରୁତ୍ୱପୂର୍ଣ୍ଣ ଯୋଜନାର ଅଗ୍ରଗତି ପରଖିଛନ୍ତି ଉଚ୍ଚପଦସ୍ଥ ଅଧିକାରୀ। ଦୁଇ ଦିନିଆ ନୂଆପଡ଼ା ଜିଲ୍ଲା ଗସ୍ତରେ ଆସିଥିବା ମୃତ୍ତିକା ସଂରକ୍ଷଣ ଓ ଜଳଭିଭାଜିକା ବିକାଶ ନିର୍ଦ୍ଦେଶକ ସୁବ୍ରତ କୁମାର ପଣ୍ଡା ଆଜି ଖରିଆର ବ୍ଲକର ବିଭିନ୍ନ ପଞ୍ଚାୟତ ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ମୃତ୍ତିକା ସଂରକ୍ଷଣ, ଜଳସଂରକ୍ଷଣ, କୃଷି ଓ ଜୀବିକାଭିତ୍ତିକ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିବା ସହ ହିତାଧିକାରୀଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି।



