56
ନୂଆପଡ଼ା- ୩୦/୬- ଗ୍ରାମାଞ୍ଚଳରେ ରୋଜଗାର ବୃଦ୍ଧି, ଆଜୀବିକାର ସୁରକ୍ଷା ଏବଂ ସ୍ଥାୟୀ ଭିତ୍ତିଭୂମି ବିକାଶକୁ ନୂଆ ଦିଗ ଦେବା ପାଇଁ ସରକାରଙ୍କ ମହତ୍ୱାକାଙ୍କ୍ଷୀ ‘ଭିବି-ଜୀ ରାମ ଜୀ’ (ବିକଶିତ ଭାରତ ଗ୍ୟାରେଣ୍ଟି ଫର ରୋଜଗାର ଏଣ୍ଡ ଆଜିବିକା ମିଶନ) ଯୋଜନା ଏବେ ନୂଆପଡ଼ା ଜିଲ୍ଲାରେ କାର୍ଯ୍ୟକାରୀ ହେବାକୁ ଯାଉଛି। ଏହାକୁ ସଫଳ ଭାବେ ରୂପାୟନ କରିବା ଲକ୍ଷ୍ୟରେ ମଙ୍ଗଳବାର ଜିଲ୍ଲା ସଦ୍ଭାବନା ସଭାଗୃହ ରେ ଏକ ଦିବସୀୟ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା।
