33
ନୂଆପଡ଼ା -୩୦/୬- ଓଡ଼ିଶା ସରକାରଙ୍କ ଜନମୁଖୀ “ଗାଁରେ ପ୍ରଶାସନ” କାର୍ଯ୍ୟକ୍ରମ ଅନ୍ତର୍ଗତ ନୂଆପଡ଼ା ଜିଲ୍ଲା କୋମନା ବ୍ଲକର ଗଣ୍ଡାମେର ଗ୍ରାମପଞ୍ଚାୟତ ସଭାଗୃହରେ ସୋମବାର ଦିନ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଶିବିରରେ ବିଭିନ୍ନ ଗ୍ରାମରୁ ଆସିଥିବା ସାଧାରଣ ଲୋକ ନିଜ ନିଜ ସମସ୍ୟା ଓ ଅଭିଯୋଗ ପ୍ରଶାସନ ସମ୍ମୁଖରେ ଉପସ୍ଥାପନ କରିଥିଲେ।ଏହି ଅଭିଯୋଗ ଶୁଣାଣୀ ଶିବିରରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡିଓ) ପବିତ୍ର କୁମାର ସାମଳ, ଏବିଡିଓ ଭକ୍ତ ବନ୍ଧୁ ବୁଡେକ ଏବଂ ବ୍ଲକ ଅଧ୍ୟକ୍ଷା ଅନୁସୟା କୁମ୍ଭାର ଉପସ୍ଥିତ ରହି ଲୋକଙ୍କ ଅଭିଯୋଗକୁ ଗୁରୁତ୍ୱ ର ସହ ଶୁଣିଥିଲେ। ଅନେକ ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିବା ବେଳେ ଅବଶିଷ୍ଟ ସମସ୍ୟାର ଶୀଘ୍ର ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ବିଡିଓ ଶ୍ରୀ ସାମଳ କଡ଼ା ନିର୍ଦ୍ଦେଶ ଦେଇଥିଲେ। ଶିବିରରେ ଗଣ୍ଡାମେର ସରପଞ୍ଚ ରମ୍ବାବତୀ ଶବର, ସମିତି ସଭ୍ୟ କେଶବ ନିଆଳ, ଏପିଓ ଜିତେନ୍ଦ୍ର ସାହୁ, ପିଇଓ ମନଧର ବଗର୍ତ୍ତି, ଗ୍ରାମ ରୋଜଗାର ସେବକ ଦିଗାମ୍ବର ନାଏକ, ଗ୍ରାମୀଣ ଗୃହ ବିଭାଗ କୋ-ଅର୍ଡିନେଟର ରୁଦ୍ର ନାଗ, ସୀତାକାନ୍ତ ବନଗୋଳା, ଜଳନ୍ଧର ତାଣ୍ଡି, ଖାଉଟି ଅଧିକାରୀ ପୂର୍ଣ୍ଣଚନ୍ଦ୍ର ରାଉତ, ସହକାରୀ ଯନ୍ତ୍ରୀ ଭଗବାନ ସେଠୀଙ୍କ ସମେତ କୋମନା ପଞ୍ଚାୟତ ସମିତିର ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।