Home ରାଜ୍ୟନୂଆପଡ଼ାରେ ‘ସୁଭଦ୍ରା ଶକ୍ତି ମେଳା–୨୦୨୬’ର ଷଷ୍ଠ ସାଂସ୍କୃତିକ ସନ୍ଧ୍ୟା l ପଦମ୍ ପୁର “ରେନବୋ ସମ୍ବଲପୁରୀ ଫ୍ୟାସନ୍ ଶୋ” ଦର୍ଶକଙ୍କ ମନ ମୋହିଲା l

ନୂଆପଡ଼ାରେ ‘ସୁଭଦ୍ରା ଶକ୍ତି ମେଳା–୨୦୨୬’ର ଷଷ୍ଠ ସାଂସ୍କୃତିକ ସନ୍ଧ୍ୟା l ପଦମ୍ ପୁର “ରେନବୋ ସମ୍ବଲପୁରୀ ଫ୍ୟାସନ୍ ଶୋ” ଦର୍ଶକଙ୍କ ମନ ମୋହିଲା l

by Maraguda Express
0 comments

ନୂଆପଡ଼ା- ୧୬/୦୩ – ନୂଆପଡ଼ାରେ ଆୟୋଜିତ ଜିଲ୍ଲା ସ୍ତରୀୟ ‘ସୁଭଦ୍ରା ଶକ୍ତି ମେଳା–୨୦୨୬’ର ଷଷ୍ଠ ସାଂସ୍କୃତିକ  ସନ୍ଧ୍ୟା ଗତକାଲି ଉତ୍ସାହ ଓ ଉଲ୍ଲାସମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ସାଂସ୍କୃତିକ ଦଳଙ୍କ ଲୋକନୃତ୍ୟ ଓ ଷ୍ଟାର୍ ନାଇଟ ପ୍ରୋଗ୍ରାମ ରେ ନେସନାଲ କଲେଜ୍ ମେଳା ପ୍ରାଙ୍ଗଣ ଉତ୍ସବମୁଖର ହୋଇଉଠିଥିଲା। ସବୁଠାରୁ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା ନିର୍ଦ୍ଦେଶକ ସୁରେଶ କୁମାର ସାହୁଙ୍କ ନିର୍ଦ୍ଦେଶନାରେ ରେନବୋ ଫ୍ୟାସନ୍ ଟିମ୍, ପଦମପୁର ପକ୍ଷରୁ ପ୍ରଦର୍ଶିତ ସମ୍ବଲପୁରୀ ଫ୍ୟାସନ୍ ସୋ । ପାରମ୍ପରିକ ସମ୍ବଲପୁରୀ ବେଶ ପୋଷାକ ରେ ସଜ୍ଜିତ ୧୨ ଜଣ ଯୁବତୀ ଓ ୪ ଜଣ ଯୁବକ ମଡେଲଙ୍କ କେଟ୍ ୱାକ୍ , ଅଙ୍ଗ ଭଙ୍ଗୀ ଓ ନୃତ୍ୟ ପରିବେଷଣକୁ ଦର୍ଶକ ମାନେ ବହୁତ ପସନ୍ଦ କରିଥିଲେ । ବିଶେଷ କରି ସମ୍ବଲପୁରୀ ବାନ୍ଧ କଳା, ଶାଢ଼ୀ, ଆଧୁନିକ ପୋଷାକର ଏହି ଅନନ୍ୟ ପ୍ରଦର୍ଶନ ନୂଆପଡାରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହୋଇଥିଲା l ଦର୍ଶକ ମାନେ ଏହାର ଭୂୟସୀ ପ୍ରଂଶସା କରିବା ସହିତ କରତାଳି ସହିତ ମଡେଲ ମାନଙ୍କୁ ଉତ୍ସାହିତ କରିଥିଲେ l ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ ଟିମ୍ କୁ ପୁଷ୍ପଗୁଚ୍ଛ ଓ ସ୍ମୃତି ଫଳକ ପ୍ରଦାନ ପୂର୍ବକ ମଞ୍ଚରେ ସମ୍ମାନିତ କରିଥିଲେ l ଏହି ମଞ୍ଚରେ ପ୍ରଦର୍ଶନର ସୁଯୋଗ ସହିତ ଜନ ସାଧାରଣଙ୍କ ଏହି ଉତ୍ସାହରେ ନିର୍ଦ୍ଦେଶକ ସୁରେଶ କୁମାର ସାହୁ ଖୁସି ବ୍ୟକ୍ତ କରି ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଅର୍ପଣ କରିଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha