Home ରାଜ୍ୟନୂଆପଡ଼ାରେ ୬୫ତମ ସାହାଣୀ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ: ପ୍ରସ୍ତୁତି ନେଇ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ।

ନୂଆପଡ଼ାରେ ୬୫ତମ ସାହାଣୀ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ: ପ୍ରସ୍ତୁତି ନେଇ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ।

by Maraguda Express
0 comments
ନୂଆପଡ଼ା -୨୦/୦୯- (ମାରାଗୁଡ଼ା ଏକ୍ସପ୍ରେସ୍): ରାଜ୍ୟର ଲୋକପ୍ରିୟ ସାହାଣୀ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଏଥର ନୂଆପଡ଼ାରେ ଆୟୋଜିତ ହେବାକୁ ଯାଉଛି। ଏ ସମ୍ପର୍କରେ ନୂଆପଡ଼ା ଜିଲ୍ଲା ସଦର ବ୍ଳକ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ଠାରେ ନୂଆପଡ଼ା ଫୁଟବଲ୍ ସଂଘ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ସୂଚନା ପ୍ରଦାନ କରାଯାଇଛି।
​ଜିଲ୍ଲା ଫୁଟବଲ୍ ସଂଘ ସଭାପତି ସରୋଜ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମ୍ମିଳନୀରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢେଇ,  ଜିଲ୍ଲା ଫୁଟବଲ୍ ସଂଘ ଉପସଭାପତି ସୁଧୀର ମିଶ୍ର ସମ୍ପାଦକ ପ୍ରକାଶ ସାହୁ ଏବଂ ସହସମ୍ପାଦକ ପ୍ରଦୀପ ରାଉତ ମଞ୍ଚାସୀନ ଥିଲେ। ୬୫ତମ ସାହାଣୀ କପ୍ ନିମନ୍ତେ ଜିଲାରେ ଏକ କମିଟି ଗଠନ କରାଯାଇଛି। ଏଥିରେ ନୂଆପଡ଼ା ବିଧାୟକ ଜୟ ଢୋଲକିଆ, ଖଡିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ, ଜିଲା ଫୁଟବଲ ଆସୋସିଏଶନ ସଭାପତି ସରୋଜ କୁମାର ସାହୁ, ଜିଲା କ୍ରୀଡା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢାଇ ପ୍ରମୁଖ ସଦସ୍ୟ ଅଛନ୍ତି।​ଚଳିତ ବର୍ଷ ପ୍ରଥମ ଥର ପାଇଁ ନୂଆପଡ଼ା ଜିଲ୍ଲାକୁ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାର ସୁଯୋଗ ମିଳିଛି। ୬୫ତମ ସାହାଣୀ କପ୍ ଜିଲ୍ଲାର ଦୁଇଟି ପ୍ରମୁଖ ସ୍ଥାନ- ନୂଆପଡ଼ା ମିନି ଷ୍ଟାଡିୟମ୍ ଓ ଖଡିଆଳ ରାଜା ଏଟି ହାଇସ୍କୁଲ ଖେଳ ପଡ଼ିଆରେ ଅନୁଷ୍ଠିତ ହେବ। ଆସନ୍ତା ୨୩ ସେପ୍ଟେମ୍ବରରୁ ଏହି ପୁରୁଷ ଆନ୍ତଃ-ଜିଲ୍ଲା ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଯାଉଛି।
🏆​ଅଂଶଗ୍ରହଣକାରୀ ଦଳ:
🔷​ ଗ୍ରୁପ୍ ‘ଏ’: ସମ୍ବଲପୁର, ନବରଙ୍ଗପୁର, ରାୟଗଡ଼ା ଓ କଳାହାଣ୍ଡି
🔷 ​ଗ୍ରୁପ୍ ‘ବି’: କୋରାପୁଟ, କନ୍ଧମାଳ, ନୂଆପଡ଼ା ଓ ମାଲକାନଗିରି
⚽​ ମ୍ୟାଚ୍ ସୂଚୀ ⚽
🔷​ ୨୩ ସେପ୍ଟେମ୍ବର (ନୂଆପଡ଼ା): ସମ୍ବଲପୁର ବନାମ ନବରଙ୍ଗପୁର | ରାୟଗଡ଼ା ବନାମ କଳାହାଣ୍ଡି
🔷​ ୨୪ ସେପ୍ଟେମ୍ବର (ଖଡ଼ିଆଳ): କୋରାପୁଟ ବନାମ କନ୍ଧମାଳ | ନୂଆପଡ଼ା ବନାମ ମାଲକାନଗିରି
🔷 ​୨୫ ସେପ୍ଟେମ୍ବର (ନୂଆପଡ଼ା): ନବରଙ୍ଗପୁର ବନାମ ରାୟଗଡ଼ା | କଳାହାଣ୍ଡି ବନାମ ସମ୍ବଲପୁର
🔷​ ୨୬ ସେପ୍ଟେମ୍ବର (ଖଡ଼ିଆଳ): କନ୍ଧମାଳ ବନାମ ନୂଆପଡ଼ା | ମାଲକାନଗିରି ବନାମ କୋରାପୁଟ
🔷​ ୨୭ ସେପ୍ଟେମ୍ବର (ନୂଆପଡ଼ା): ସମ୍ବଲପୁର ବନାମ ରାୟଗଡ଼ା | କଳାହାଣ୍ଡି ବନାମ ନବରଙ୍ଗପୁର
🔷 ​୨୮ ସେପ୍ଟେମ୍ବର (ଖଡ଼ିଆଳ): କନ୍ଧମାଳ ବନାମ ମାଲକାନଗିରି | ନୂଆପଡ଼ା ବନାମ କୋରାପୁଟ
🔷​ ୩୦ ସେପ୍ଟେମ୍ବର (ନୂଆପଡ଼ା): ମିନି ଷ୍ଟାଡିୟମ୍‌ରେ ଫ୍ଲଡ୍ ଲାଇଟ୍ (Floodlight) ମାଧ୍ୟମରେ ଜୋନ୍ କ୍ୱାଲିଫାୟର୍ ମ୍ୟାଚ୍
​ଏହା ପରେ ୪ ଟି ଜୋନ୍‌ରୁ ଯୋଗ୍ୟତା ଅର୍ଜନ କରିଥିବା ୪ଟି ଦଳକୁ ନେଇ ସେମିଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ ବୋଲି ଜିଲ୍ଲା ଫୁଟବଲ୍ ସଂଘ ସଭାପତି ଶ୍ରୀ ସାହୁ ସୂଚନା ଦେଇଛନ୍ତି। ଉପରୋକ୍ତ ସାମ୍ବାଦିକ ସମ୍ମିଳନୀ ରେ ଅନ୍ୟମାନଙ୍କ ମଧ୍ୟରେ ୱାଇଏମ୍‌ସି ସଭାପତି ଅମରେଶ ଦାସ, କୋଚ୍ ଶ୍ରୀରାମ ମିଶ୍ର, ନୂଆପଡ଼ା ଟିମ୍ ମ୍ୟାନେଜର ଧନୀ ନାଗ, ରାଜୁ ଖର୍ସେଲ, ସୁରୁ ପୁଞ୍ଜି ପ୍ରମୁଖ ଉପସ୍ଥିତ ଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha