Home ରାଜ୍ୟ୪ ଏକର ୪୦ ଡିସିମିଲ ଜମି ଜାଲିଆତି ମାମଲା: ଗିରଫ ସଂଖ୍ୟା ୯କୁ ବୃଦ୍ଧି, ପୋଲିସର ବଡ଼ ସଫଳତା।

୪ ଏକର ୪୦ ଡିସିମିଲ ଜମି ଜାଲିଆତି ମାମଲା: ଗିରଫ ସଂଖ୍ୟା ୯କୁ ବୃଦ୍ଧି, ପୋଲିସର ବଡ଼ ସଫଳତା।

by Maraguda Express
0 comments
ନୂଆପଡ଼ା -୨୦/୦୯- ନୂଆପଡ଼ା ଜିଲ୍ଲା କୋମନା ତହସିଲ ଅନ୍ତର୍ଗତ ଚାନ୍ଦୋପଲା ଗ୍ରାମର ବହୁଚର୍ଚ୍ଚିତ ୪ ଏକର ୪୦ ଡିସିମିଲ ଜମି ଜାଲିଆତି ମାମଲାରେ ପୋଲିସକୁ ବଡ଼ ସଫଳତା ମିଳିଛି। ମାମଲାରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ଏପର୍ଯ୍ୟନ୍ତ ମୋଟ ୯ ଜଣଙ୍କୁ ଗିରଫ କରାଯାଇଥିବା ନେଇ କୋମନା ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।
ପୋଲିସର ସୂଚନା ଅନୁଯାୟୀ, ଘଟଣାର ମାଷ୍ଟରମାଇଣ୍ଡ ସନ୍ତୋଷ କୁମାର ଦୁରିଆଙ୍କୁ କିଛି ଦିନ ପୂର୍ବରୁ ତାଙ୍କ ନିଜ ଗାଁ ପେଣ୍ଡରାବନରୁ ଗିରଫ କରାଯାଇଥିଲା। ପରେ ବୋଡ଼େନ ଥାନା ଅନ୍ତର୍ଗତ କରଙ୍ଗାମାଲ ଗ୍ରାମର ରାମ ଲାଲ ପଣ୍ଡା ଓ ତାଙ୍କ ସହଯୋଗୀ ଜୟସନ ବାଗଙ୍କୁ ତିଖାଲି ଛକରୁ ଏକ କାର୍‌ ସହ ଗିରଫ କରାଯାଇଥିଲା।
ପୋଲିସ ସୂଚନା ଅନୁସାରେ, ରାମ ଲାଲ ପଣ୍ଡା କରଙ୍ଗାମାଲ ପଞ୍ଚାୟତର ସରପଞ୍ଚ ତଥା ଏକ ଘରୋଇ କଲେଜ ପରିଚାଳନା କମିଟିର ସଭାପତି ଅଛନ୍ତି। ସେହିପରି କୋମନା ର ଅଭୟାନନ୍ଦ ପଣ୍ଡାଙ୍କୁ ମଧ୍ୟ ଗତକାଲି ପୋଲିସ ଗିରଫ କରିଛି।
ଜମି ଜାଲିଆତି ଘଟଣାରେ ପୂର୍ବରୁ ମଧ୍ୟ ଅନେକ ଅଭିଯୁକ୍ତ ଓ ଦଲାଲଙ୍କୁ ପୋଲିସ ଗିରଫ କରିଛି। ପ୍ରକୃତ ମାଲିକ ସତ୍ୟ ପ୍ରଧାନୀଙ୍କ ବଦଳରେ ନକଲି ସତ୍ୟ ପ୍ରଧାନୀ ସାଜିଥିବା ଅଭିଯୋଗରେ ଖଡ଼ିଆଳ ମଣ୍ଡୋଷିଲ ଗ୍ରାମର ଡୁମାଲ ରଣା ଏବଂ ତାଙ୍କ ଭଉଣୀ ସାଜିଥିବା ଦେଓଦରା ଗ୍ରାମର ଦେଓମତି ମାଝୀଙ୍କୁ ପୂର୍ବରୁ ଗିରଫ କରାଯାଇଥିଲା।
ଏହାଛଡ଼ା ସୋଳବନ୍ଧ ଗ୍ରାମର ଦଲାଲ ଦୁଲ୍ଲଭ ନିଆଲ ଓ ସମରସିଂ ଗ୍ରାମର ତୁଳସୀ ରଣା ମଧ୍ୟ ପୂର୍ବରୁ ଗିରଫ ହୋଇସାରିଛନ୍ତି। ଆଠ ନମ୍ବର ଗିରଫଦାରୀ ସାକ୍ଷୀ ହୋଇଥିଲେ ଜିହତ ରାମ ପରାଭୁଏ ପେଣ୍ଡରାବନ୍ଧ ଗାଁ।
ସୂଚନା ଅନୁଯାୟୀ, କୋମନା ଉପ-ନିବନ୍ଧକ ସର୍ବେଶ୍ୱର ଜାଲ ପ୍ରଥମେ ଏହି ଜମି ଜାଲିଆତି ସମ୍ପର୍କରେ ପୋଲିସକୁ ଅବଗତ କରିଥିଲେ। ଏହାପରେ ପୋଲିସ ମାମଲାକୁ ଗୁରୁତ୍ୱର ସହ ନେଇ ତଦନ୍ତ ଆରମ୍ଭ କରିଥିଲା।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha