Home ରାଜ୍ୟନୂଆଁଖାଇ ର ଅମୂତ ବେଳା : ମାଝୀ ସମାଜ ସହ ନୂଆଁ ଅନ୍ନ ଖାଇଲେ ନୂଆପଡ଼ା ଜିଲ୍ଲାପାଳ।

ନୂଆଁଖାଇ ର ଅମୂତ ବେଳା : ମାଝୀ ସମାଜ ସହ ନୂଆଁ ଅନ୍ନ ଖାଇଲେ ନୂଆପଡ଼ା ଜିଲ୍ଲାପାଳ।

by Maraguda Express
0 comments
ନୂଆପଡ଼ା -୧୬/୦୯-ନୂଆଁ ଅନ୍ନର ସୁଗନ୍ଧରେ ମହକି ଉଠିଲା ଦ୍ୱାରସନୀ ମନ୍ଦିର ପରିସର। ପାରମ୍ପରିକ ରୀତିନୀତି ଓ ନୂଆଁଖାଇର ଆନନ୍ଦ ମଧ୍ୟରେ ମାଝୀ ସମାଜର ଲୋକଙ୍କ ସହ ନୂଆଁଖାଇ ପାଳନ କରିଛନ୍ତି ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ। ଗତକାଲି  ସାରାବଙ୍ଗ ଗ୍ରାମ ସ୍ଥିତ ଦ୍ୱାରସନୀ ମନ୍ଦିରରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଯୋଗଦେଇ ପାରମ୍ପରିକ ପୂଜାର୍ଚ୍ଚନାରେ ସାମିଲ ହୋଇଥିଲେ। ପରେ ମାଝୀ ସମାଜର ଲୋକଙ୍କ ସହ ବସି ନୂଆ ଅନ୍ନ ଗ୍ରହଣ କରିବା ସହ ପର୍ବର ଆନନ୍ଦ ବାଣ୍ଟିଥିଲେ। ମୁଖ୍ୟ ଆକର୍ଷଣ
🔷 ପରମ୍ପରା ଓ ସମହାର : ନୂଆପଡ଼ା ବ୍ଳକ୍ ସାରାବଙ୍ଗଗ୍ରାମ ସ୍ଥିତ ଐତିହାସିକ ଦ୍ୱାରସନୀ ମନ୍ଦିର ପରିସର ରେ ମାଝୀ ସମାଜର ଲୋକଙ୍କ ସହ ନୂଆଁଖାଇ ପାଳନ କଲେ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ।
🔷 ବିକାଶର ତ୍ରିବେଣୀ ସଂକଳ୍ପ : ନୂଆପଡ଼ାକୁ ପ୍ରବାସ ମୁକ୍ତ, ନିଶା ମୁକ୍ତ ଓ ସିଙ୍ଗଲ୍-ୟୁଜ୍ ପ୍ଲାଷ୍ଟିକ ମୁକ୍ତ କରିବାକୁ ଜନସାଧାରଣଙ୍କୁ ଆହ୍ୱାନ।
🔷 ଶିକ୍ଷାକୁ ସର୍ବାଧିକ ପ୍ରାଥମିକତା: ‘ପ୍ରତ୍ୟେକ ଶିଶୁ ବିଦ୍ୟାଳୟରେ’—ଏହି ବାର୍ତ୍ତା ସହ କୌଣସି ଶିଶୁ ଯେପରି ଶିକ୍ଷାରୁ ବଞ୍ଚିତ ନହୁଏ, ସେଥିପାଇଁ ମିଳିତ ପ୍ରୟାସର ବାର୍ତ୍ତା। “ପରମ୍ପରା ସହ ବିକାଶର ଏହା ଏକ ଅନନ୍ୟ ମଞ୍ଚ ଥିଲା। ସମାଜର ପ୍ରତ୍ୟେକ ବର୍ଗର ସହଯୋଗ ବିନା ଏକ ସଶକ୍ତ ଓ ସଚେତନ ନୂଆପଡ଼ା ଗଠନ ଅସମ୍ଭବ।” — ମଧୁସୂଦନ ଦାଶ (ଜିଲ୍ଲାପାଳ, ନୂଆପଡ଼ା)

କାର୍ଯ୍ୟକ୍ରମର ବିଶେଷ ଝଲକ
🔷 ପୂଜାର୍ଚ୍ଚନା ଓ ପ୍ରସାଦ ଗ୍ରହଣ: ପାରମ୍ପରିକ ରୀତିନୀତି ଅନୁଯାୟୀ ମା’ ଦ୍ୱାରସନୀଙ୍କ ପୂଜା ପରେ ସମସ୍ତଙ୍କ ସହ ମିଶି ନୂଆ ଅନ୍ନ ଗ୍ରହଣ କରିଥିଲେ ଜିଲ୍ଲାପାଳ।
🔷 ପ୍ରଶାସନିକ ଉପସ୍ଥିତି: ଏହି କାର୍ଯ୍ୟକ୍ରମରେ ଏନ୍.ଏ.ସି ନିର୍ବାହୀ ଅଧିକାରୀ ସନ୍ଦୀପ କୁମାର ଚନ୍ଦ୍ରାକର, ଜିଲ୍ଲା କ୍ରୀଡ଼ା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢ଼ାଇ, ଆର୍ଯ୍ୟ କୁମାର ମୁଦୁଲି ଓ ଅନିଲ କୁମାର ଦାସ ପ୍ରମୁଖ ଉପସ୍ଥିତ ରହି ପର୍ବର ଆନନ୍ଦ ଉଠାଇଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha