Home ରାଜ୍ୟନୂଆପଡ଼ା ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚାର ନୂତନ କର୍ମକର୍ତ୍ତା ଘୋଷିତ: ସାଙ୍ଗଠନିକ ଦକ୍ଷତା ବୃଦ୍ଧି ପାଇଁ ବଡ଼ ପଦକ୍ଷେପ।

ନୂଆପଡ଼ା ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚାର ନୂତନ କର୍ମକର୍ତ୍ତା ଘୋଷିତ: ସାଙ୍ଗଠନିକ ଦକ୍ଷତା ବୃଦ୍ଧି ପାଇଁ ବଡ଼ ପଦକ୍ଷେପ।

by Maraguda Express
0 comments
ନୂଆପଡ଼ା -୧୨/୭- ନୂଆପଡ଼ା ଜିଲ୍ଲା ଭାରତୀୟ ଜନତା ପାର୍ଟି ଜିଲ୍ଲା କାର୍ଯ୍ୟାଳୟ ନୂଆପଡ଼ା ଠାରେ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା ସାଧାରଣ ସମ୍ପାଦକ ଅଭିନନ୍ଦନ ପଣ୍ଡା କରିଛନ୍ତି। ସେ ଜିଲ୍ଲା କୃଷକ ମୋର୍ଚ୍ଚାର ନୂତନ ପଦାଧିକାରୀଙ୍କ ନାମ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି। ବିଜେପିର ସାଙ୍ଗଠନିକ ସ୍ଥିତିକୁ ଆହୁରି ମଜବୁତ କରିବା ଏବଂ ଚାଷୀମାନଙ୍କ ସମସ୍ୟାକୁ ପ୍ରାଥମିକତା ଦେବା ଲକ୍ଷ୍ୟରେ ଏହି ନୂତନ କମିଟି ଗଠନ କରାଯାଇଛି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଙ୍କ ନିର୍ଦ୍ଦେଶ, ଶୁଭ୍ରାଂଶୁ ମୋହନ ପାଢ଼ୀ ଙ୍କ ମାର୍ଗଦର୍ଶନ , ସଂଗଠନ ମନ୍ତ୍ରୀ ମାନସ ମହାନ୍ତି ଏବଂ ଜିଲ୍ଲା ସଭାପତି କମଳେଶ ଦିକ୍ଷୀତ ଙ୍କ ସ୍ୱୀକୃତି ତଥା ଅନୁମୋଦନ କ୍ରମେ ଏହି କମିଟି ପ୍ରସ୍ତୁତ ହୋଇଛି।
​ନୂତନ କମିଟି ଅନୁଯାୟୀ, ରତନ ଲାଲ ଚନ୍ଦ୍ରାକାର ଙ୍କୁ ଜିଲ୍ଲା କୃଷକ ମୋର୍ଚ୍ଚାର ସଭାପତି ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ ବ୍ୟାସ ନାରାୟଣ ଆହିର ଙ୍କୁ କୋଷାଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି।
​ଘୋଷିତ ହୋଇଥିବା ନୂତନ ପଦାଧିକାରୀଙ୍କ ସମ୍ପୂର୍ଣ୍ଣ ତାଲିକା ନିମ୍ନ ରେ ପ୍ରଦାନ କରାଗଲା।
​ସଭାପତି : ରତନ ଲାଲ ଚନ୍ଦ୍ରାକାର (ବେଲଟୁକରି)
​ଉପ-ସଭାପତି :
୧. ଲକ୍ଷ୍ମୀନାରାୟଣ ନାଏକ (କାସିପଲା)
୨. ଲକ୍ଷ୍ମଣ ପ୍ରଧାନ (ନିଲଜି)
୩. କ୍ଷମାନିଫଧି ଚନ୍ଦ୍ରାକାର (ଭାଲେଶ୍ୱର)
୪. ବିଜୟ କୁମାର ବେହେରା (ପରସଦା)
​ସାଧାରଣ ସମ୍ପାଦକ :
୧. ଯୁବରାଜ ଜଗତ (ଡୁଆଝର)
୨. ଟିକେଶ୍ୱର ସାହୁ (ଡୁମେରପାନି)
​ସମ୍ପାଦକ :
୧. ଲୋଚନା ମହାନନ୍ଦ (କିରକିଟା)
୨. ପୁନନ୍ଦ୍ର ବାଗ (ଲରକା)
୩. ପ୍ରକାଶ ପ୍ରଧାନ (ଦର୍ଲିମୁଣ୍ଡା)
୪. ପ୍ରତାପ ଗୁଆଲ (କରନବାହାଲି)
୫. ଭୂମିକା ସାହୁ (ବୋଇରଭାଡି)
​କୋଷାଧ୍ୟକ୍ଷ : ବ୍ୟାସ ନାରାୟଣ ଆହିର (ତରବୋଡ)
​ଜିଲ୍ଲାର କୃଷକମାନଙ୍କ ସ୍ୱାର୍ଥ ରକ୍ଷା ତଥା ଦଳର ଆଭିମୁଖ୍ୟକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ଏହି ନୂତନ ଟିମ୍ ସଂକଳ୍ପବଦ୍ଧ ହୋଇ କାର୍ଯ୍ୟ କରିବ ବୋଲି ଦଳୀୟ ନେତୃତ୍ୱ ପ୍ରକାଶ କରିଛନ୍ତି। ଏହି ଘୋଷଣା ପରେ ନୂତନ ପଦାଧିକାରୀମାନଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha