92
ନୂଆପଡ଼ା -୧୯/୮- ନୂଆପଡ଼ା ସଦର ବ୍ଲକରେ ୨୦୨୫–୨୬ ଆର୍ଥିକ ବର୍ଷ ପାଇଁ ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (MGNREGS) ଏବଂ ସମଗ୍ର ଶିକ୍ଷା ଅଭିଯାନ (SSA) ଅନ୍ତର୍ଗତ ବ୍ଲକସ୍ତରୀୟ ଜନଶୁଣାଣି ଅନୁଷ୍ଠିତ ହୋଇଛି। ଜନଶୁଣାଣିରେ ସାମାଜିକ ଅଡିଟ୍ରେ ଚିହ୍ନଟ ଅଭିଯୋଗ, ଅନିୟମିତତା ଓ ବିଭିନ୍ନ ସମସ୍ୟା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।
ଏହା ସହିତ ୨୦୨୧–୨୨ରୁ ୨୦୨୫–୨୬ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ବକେୟା ଥିବା ଅର୍ଥ ତୋଷରପାତ (ଏଫ ଏମ) ରାଶି ଜମା ସମ୍ପର୍କରେ ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଗ୍ରାମ ରୋଜଗାର ସେବକଙ୍କୁ ନେଇ ଏକ ସମୀକ୍ଷା ବୈଠକ ମଧ୍ୟ ହୋଇଥିଲା। ବକେୟା ଥିବା ସମସ୍ତ ରାଶିକୁ ଚଳିତ ଅଗଷ୍ଟ ୩୦ ତାରିଖ ସୁଦ୍ଧା ଜମା କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।ଜନଶୁଣାଣି କମିଟିର ଅଧକ୍ଷ ଭାବେ ଜିଲ୍ଲା ପରିଷଦ, ନୂଆପଡ଼ାର ଅତିରିକ୍ତ ନିର୍ବାହୀ ଅଧିକାରୀ କ୍ଷମାନିଧି ଭୋଇ (ପ୍ରଶାସନ) ଉପସ୍ଥିତ ଥିଲେ। ବୈଠକରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ତାରେଶ୍ୱରି ସାହୁ ଓ ଉପାଧ୍ୟକ୍ଷ ଦିଲୀପ ନିର୍ମଲକର ଜିଲ୍ଲା ପରିଷଦ ସଦସ୍ୟ ଭରତ ରାଉତ ,ଭାନୁ ପ୍ରତାପ ସିଂ ମାଝି, ଉମା ଠାକୁର, ବ୍ଳକ୍ ର ସମସ୍ତ ସରପଞ୍ଚ/ସମିତି ଓ ବିଭିନ୍ନ ଲୋକ ପ୍ରତିନିଧିଙ୍କ ସହ ବିଡିଓ ରୋହିତ ଭୋଇ, ଏଇଇ,ବିଇଓ ଏବଂ ଜିଲ୍ଲା ସାମାଜିକ ସମୀକ୍ଷା ୟୁନିଟ୍ର ଅଧିକାରୀମାନେ ଯୋଗଦେଇଥିଲେ।
