86
‘ମତ୍ସ୍ୟ ପୋଖରୀ ଯୋଜନା–୧’ରେ ୬୦ଟି ପ୍ରକଳ୍ପକୁ ଅନୁମତି ମିଳିଥିବା ବେଳେ ୨୫ଟି ପ୍ରକଳ୍ପରେ ୯.୦୯ ହେକ୍ଟର ଜମିରେ ଅଗ୍ରଗତି ହାସଲ ହୋଇଛି। ସେହିପରି ‘ମତ୍ସ୍ୟ ପୋଖରୀ ଯୋଜନା–୨’ରେ ୪୯ଟି ପ୍ରକଳ୍ପକୁ ଗୋ-ଅହେଡ୍ ଦିଆଯାଇଥିବା ବେଳେ ୨୯ଟି ପ୍ରକଳ୍ପରେ ୨୬.୦୨ ହେକ୍ଟର ଜମିରେ କାମ ସମ୍ପୂର୍ଣ୍ଣ ହୋଇଛି।
ସଫଳ ମତ୍ସ୍ୟ ଚାଷୀ ଓ ମହିଳା ସ୍ୱୟଂସହାୟକ ଗୋଷ୍ଠୀଙ୍କୁ ପ୍ରୋତ୍ସାହନ ଦେବା ଲାଗି ଜିଲ୍ଲାପାଳ ‘ମତ୍ସ୍ୟ ମିତ୍ର ପୁରସ୍କାର’ ଘୋଷଣା କରିଥିଲେ।
Table of Contents
ନୂଆପଡ଼ା -୨୦/୦୮- ନୂଆପଡ଼ା ଜିଲ୍ଲାରେ ମତ୍ସ୍ୟ ଚାଷର ବିକାଶ, ମତ୍ସ୍ୟଜୀବୀ ଓ ମହିଳା ସ୍ୱୟଂସହାୟକ ଗୋଷ୍ଠୀଙ୍କ ଆୟ ବୃଦ୍ଧି ସହ ଗ୍ରାମୀଣ ଜୀବିକାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଜିଲ୍ଲାସ୍ତରୀୟ ମତ୍ସ୍ୟ ବିଭାଗ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଥିଲା।
ବୈଠକରେ ଜିଲ୍ଲାରେ ଚାଲୁଥିବା ବିଭିନ୍ନ ମତ୍ସ୍ୟ ଚାଷ ଯୋଜନାର ଅଗ୍ରଗତି ସମୀକ୍ଷା କରାଯିବା ସହ ମତ୍ସ୍ୟ ଚାଷର ଉପଲବ୍ଧ ସମ୍ଭାବନାକୁ ଅଧିକ ଉପଯୋଗ କରି ଚାଷୀଙ୍କ ଆୟ ବଢ଼ାଇବା ନେଇ ଆଲୋଚନା ହୋଇଥିଲା।
ବାୟୋଫ୍ଲକ୍ ଯୋଜନାରେ ୮ଟି ପ୍ରକଳ୍ପର ୪୬ଟି ଟ୍ୟାଙ୍କ କାର୍ଯ୍ୟକ୍ଷମ ହୋଇଛି। ଅନ୍ୟପକ୍ଷରେ ‘ନେଟୱର୍କ ଅଫ୍ ଫିସ୍ ସିଡ୍ ଗ୍ରୋଅର’ ଯୋଜନାରେ ୪୬ଟି ପ୍ରକଳ୍ପକୁ ଗୋ-ଅହେଡ୍ ମିଳିଥିବା ବେଳେ ୪୧ ଜଣ ହିତାଧିକାରୀଙ୍କ ୯୫.୨୬ ଏକର ଜମିରେ କାମ ସମ୍ପୂର୍ଣ୍ଣ ହୋଇଛି।
‘ଜିପି ଟ୍ୟାଙ୍କରେ ମତ୍ସ୍ୟ ଚାଷ ପାଇଁ WSHGକୁ ଇନ୍ପୁଟ୍ ସହାୟତା’ ଯୋଜନାରେ ସଫଳତା ପାଇଁ ନୂଆପଡ଼ା ବ୍ଲକ ଲାଙ୍ଗିମାର ଗୋସ୍ୱାମୀ WSHG ଏବଂ ‘ନେଟୱର୍କ ଅଫ୍ ଫିସ୍ ସିଡ୍ ଗ୍ରୋଅର’ ଯୋଜନାରେ ସଫଳତା ପାଇଁ ସିଲ୍ଡାର ନିର୍ମଳାବାଇ ପାଣ୍ଡେଙ୍କୁ ସମ୍ମାନିତ କରାଯାଇଥିଲା।
ସେମାନଙ୍କ ସଫଳତା ଜିଲ୍ଲାର ଅନ୍ୟ ମତ୍ସ୍ୟ ଚାଷୀ ଓ ମହିଳା ଗୋଷ୍ଠୀଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ।ବୈଠକରେ ଜିଲ୍ଲା ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଲମ୍ବୋଦର ଧରୁଆ, ଜିଲ୍ଲା ମତ୍ସ୍ୟ ଅଧିକାରୀ ତୁଷାର ଦୀପ, ଡିପିସି (ମିଶନ ଶକ୍ତି) ସୁନୀଲ କୁମାର ମଲ୍ଲିକ, ସହକାରୀ ମତ୍ସ୍ୟ ଅଧିକାରୀ ସନ୍ତୋଷୀ ସାହୁଙ୍କ ସମେତ ସମସ୍ତ ବ୍ଲକସ୍ତରୀୟ ମତ୍ସ୍ୟ ଅଧିକାରୀ ଉପସ୍ଥିତ ଥିଲେ।