Home ରାଜ୍ୟବଦଳୁଛି ଗାଁର ଚିତ୍ର : ସରପଞ୍ଚଙ୍କ ଅଭିନବ ପ୍ରୟାସ, ନିଶୁଳ୍କ ଶିକ୍ଷାଦାନରେ ଗଢ଼ୁଛନ୍ତି ଶିଶୁଙ୍କ ଉଜ୍ଜ୍ୱଳ ଭବିଷ୍ୟତ

ବଦଳୁଛି ଗାଁର ଚିତ୍ର : ସରପଞ୍ଚଙ୍କ ଅଭିନବ ପ୍ରୟାସ, ନିଶୁଳ୍କ ଶିକ୍ଷାଦାନରେ ଗଢ଼ୁଛନ୍ତି ଶିଶୁଙ୍କ ଉଜ୍ଜ୍ୱଳ ଭବିଷ୍ୟତ

by Maraguda Express
0 comments

Table of Contents

ନୂଆପଡ଼ା -୩/୦୬-  ଜନପ୍ରତିନିଧି ମାନେ କେବଳ ରାସ୍ତାଘାଟ, ପାନୀୟଜଳ କିମ୍ବା ଆନୁଷଙ୍ଗିକ ମୌଳିକ ସୁବିଧାର ବିକାଶରେ ସୀମିତ ନ ରହି ସମାଜ ଗଠନରେ ମଧ୍ୟ ଅଗ୍ରଣୀ ଭୂମିକା ନିଭାଇପାରନ୍ତି, ଏହାର ଏକ ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରିଛନ୍ତି ନୂଆପଡ଼ା ଜିଲ୍ଲା ଖଡ଼ିଆଲ ବ୍ଳକ୍‌ ର ଖୁଦପେଜ ଗ୍ରାମ ପଞ୍ଚାୟତ।
ଏହି ପଞ୍ଚାୟତର ସରପଞ୍ଚ ଯଶୋଦା ଶତପଥି ଗ୍ରାମର ଶିଶୁ ଓ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଉନ୍ନତି ପାଇଁ ଆରମ୍ଭ କରିଛନ୍ତି ଏକ ଅଭିନବ “ନିଶୁଳ୍କ ଶିକ୍ଷାଦାନ କାର୍ଯ୍ୟକ୍ରମ”। ତାଙ୍କର ଏହି ମହତ୍ ପ୍ରୟାସ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
 ଆଜିର ସମୟରେ ଯେତେବେଳେ ଶିକ୍ଷା ବ୍ୟୟବହୁଳ ହୋଇପଡ଼ିଛି, ସେତେବେଳେ ଆର୍ଥିକ ଅଭାବରୁ ଗ୍ରାମୀଣ ଅଞ୍ଚଳର ଅନେକ ପରିବାର ପିଲାମାନଙ୍କୁ ଅତିରିକ୍ତ ଶିକ୍ଷା (ଟ୍ୟୁସନ) ଦେଇପାରୁ ନାହାନ୍ତି। ଏହି ସମସ୍ୟାକୁ ବୁଝି ସରପଞ୍ଚଙ୍କ ସହ ଗ୍ରାମର ଅନ୍ୟାନ୍ୟ ସଚେତନ ନାଗରିକମାନେ ମଧ୍ୟ ହାତ ମିଳାଇଛନ୍ତି।
 ଆଶାକର୍ମୀ ସବିତା ମାଝୀ ଓ ଅନିତା ବାଗ ଛାତ୍ରଛାତ୍ରୀଙ୍କୁ ନିୟମିତ ଶିକ୍ଷା ଗ୍ରହଣ ପାଇଁ ପ୍ରୋତ୍ସାହିତ କରୁଛନ୍ତି। ସହଯୋଗର ହାତ, ସ୍ୱଚ୍ଛ କର୍ମୀ ମିନା ନାଗ ଓ ଇନ୍ଦୁମତୀ ମହାନନ୍ଦ ଏହି ଅଭିଯାନକୁ ସଫଳ କରିବାରେ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି।ଏହି କାର୍ଯ୍ୟକ୍ରମର ସବୁଠାରୁ ବିଶେଷ କଥା ହେଉଛି, ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଗୋପାଳ ଚନ୍ଦ୍ର ପାଣ୍ଡେ ନିଜର ଦୀର୍ଘ ବର୍ଷର ଶିକ୍ଷାଦାନ ଅନୁଭବକୁ ଏଠାରେ ପିଲାମାନଙ୍କ ସହ ବାଣ୍ଟୁଛନ୍ତି। ତାଙ୍କ ମାର୍ଗ ଦର୍ଶନରେ ପିଲାମାନେ କେବଳ ପାଠ୍ୟପୁସ୍ତକ ଜ୍ଞାନ ନୁହେଁ, ବରଂ  ଶୃଙ୍ଖଳା ,ନୈତିକତା ଓ ଜୀବନ ମୂଲ୍ୟବୋଧ  ସମ୍ପର୍କରେ ଶିକ୍ଷା ଲାଭ କରୁଛନ୍ତି।
ଅଭିଭାବକ ଓ ଗ୍ରାମବାସୀଙ୍କ ମଧ୍ୟରେ ଖୁସିର ଲହର, ସରପଞ୍ଚଙ୍କ ଏହି ଉଦ୍ୟମକୁ ସ୍ଥାନୀୟ ଅଭିଭାବକ ଓ ଗ୍ରାମବାସୀ ଭୂରି ଭୂରି ପ୍ରଶଂସା କରିଛନ୍ତି। ଗ୍ରାମବାସୀଙ୍କ ମତରେ- “ଶିକ୍ଷା ହେଉଛି ସମାଜ ପରିବର୍ତ୍ତନର ମୂଳ ଆଧାର। ଏହି କାର୍ଯ୍ୟକ୍ରମ ଦ୍ୱାରା ଗ୍ରାମର ଅନେକ ଗରିବ ଏବଂ ମେଧାବୀ ଛାତ୍ରଛାତ୍ରୀ ଉପକୃତ ହେଉଛନ୍ତି। ଏହା ସେମାନଙ୍କ ଭବିଷ୍ୟତ ଗଢ଼ିବାରେ ଏକ ବଡ଼ ସହାୟକ ହେବ।”ଜନପ୍ରତିନିଧି ଏବଂ ସମାଜସେବୀମାନଙ୍କ ର ଏହି ସମନ୍ୱିତ ଉଦ୍ୟମ ଖୁଦପେଜ ଗ୍ରାମ ପଞ୍ଚାୟତର ଶିକ୍ଷା କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି। ଶିକ୍ଷାର ଆଲୋକକୁ ପ୍ରତ୍ୟେକ ଘରେ ପହଞ୍ଚାଇବା ପାଇଁ ସରପଞ୍ଚ ଯଶୋଦା ଶତପଥି ଓ ତାଙ୍କ ଟିମ୍‌ ଙ୍କର ଏହି ପ୍ରୟାସ ଆଜି ସମଗ୍ର ରାଜ୍ୟ ପାଇଁ ଏକ ପ୍ରେରଣାର ଉତ୍ସ ସାଜିଛି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha