40
ନୂଆପଡ଼ା ୧୨/୦୧ (ମାରାଗୁଡା ଏକ୍ସପ୍ରେସ) – ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟ କୋମନାର ଏନ୍.ଏସ୍.ଏସ୍. କାର୍ଯ୍ୟକ୍ରମ ଅଧିକାରୀ ନଳିନୀ କାନ୍ତି ସା ଙ୍କ ଅଧ୍ୟକ୍ଷତା ରେ ଆଜି ମହାବିଦ୍ୟାଳୟରେ ଜାତୀୟ ଯୁବ ଦିବସ ପାଳନ କରାଯାଇଥିଲା। ସମସ୍ତ ଅଧ୍ୟାପକ ଅଧ୍ୟାପିକା ଙ୍କ ସହିତ ସମସ୍ତ ଏନ୍. ଏସ୍. ଏସ୍. ସ୍ଵେଚ୍ଛାସେବୀ ଉପସ୍ଥିତ ରହିଥିଲେ ଓ ବଂନ୍ଦେ ମାତରମ୍ ସଙ୍ଗୀତ ସାମୁହିକ ଗାନ କରାଯାଇଥିଲା ଏବଂ ଏହି ଅବସରରେ ଏକ ଶୋଭାଯାତ୍ରା ମଧ୍ୟ ପରିଭ୍ରମଣ କରିଥିଲା। ଉପରୋକ୍ତ କାର୍ଯ୍ୟକ୍ରମ ରେ ଅମିତ୍ ରାଉତ ଲକ୍ଷ୍ମଣ ଥପା , ଡୋଲା ମଣି ଭୋଇ ,ବିଜୟ କୁମାର ବାଗ , ବିମଲ୍ ସାହୁ, ପ୍ରମୁଖ ସହଯୋଗ କରିଥିଲେ।



