152
ନୂଆପଡ଼ା- ୧୧/୬- ଜିଲ୍ଲାରେ ଶିଶୁମାନଙ୍କ ସୁରକ୍ଷା, ଶିକ୍ଷା ଓ ଅଧିକାରକୁ ଅଧିକ ସୁଦୃଢ଼ କରିବା ପାଇଁ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ (ଡିସିପିୟୁ)ର ଏହି ବୈଠକରେ ଶିଶୁ କଲ୍ୟାଣ ପାଇଁ ଅନେକ ବଡ଼ ନିଷ୍ପତ୍ତି ନିଆଯିବା ସହ ଦୁଇଜଣ ଅନାଥ ଶିଶୁଙ୍କୁ ନୂଆ ପରିବାର ମିଳିଛି।

