100
ନୂଆପଡ଼ା -୧୧/୦୮- ସିନାପାଲି ଅଞ୍ଚଳର ଦୀର୍ଘଦିନର ଜଳସେଚନ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଏବେ ଦେଶର ସର୍ବୋଚ୍ଚ ପଞ୍ଚାୟତ ଲୋକସଭାରେ ସ୍ୱର ଉଠିଛି। କଳାହାଣ୍ଡି ସାଂସଦ ମାଳବିକା ଦେବୀ ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍ ଦେଇ ପ୍ରବାହିତ ଉଦନ୍ତୀ ନଦୀ ଉପରେ ବ୍ୟାରେଜ୍ ନିର୍ମାଣ କରିବା ପାଇଁ ସଂସଦ ରେ ଗତ କାଲି ଦୃଢ଼ ଦାବି ଉପସ୍ଥାପନ କରିଛନ୍ତି।
🔷 ଦାବି: କେନ୍ଦ୍ର ଓ ଓଡ଼ିଶା ସରକାରଙ୍କ ଯୁଗ୍ମ ସମନ୍ୱୟରେ ଏହି ପ୍ରକଳ୍ପର ସମ୍ଭାବ୍ୟତା ସମୀକ୍ଷା କରାଯାଇ, ଏହାକୁ ପ୍ରାଥମିକତା ଭିତ୍ତିରେ ମଞ୍ଜୁରୀ ଓ ଆବଶ୍ୟକ ଆର୍ଥିକ ସହାୟତା ପ୍ରଦାନ କରାଯାଉ।