Home ରାଜ୍ୟରଥଯାତ୍ରା ଅବସରରେ ସିନାପାଲି ରେ ଶତାଧିକ ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନଭୋଗ ବଣ୍ଟନ।

ରଥଯାତ୍ରା ଅବସରରେ ସିନାପାଲି ରେ ଶତାଧିକ ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନଭୋଗ ବଣ୍ଟନ।

by Maraguda Express
0 comments
ନୂଆପଡ଼ା – ୨୩/୦୭- ପବିତ୍ର ରଥଯାତ୍ରା ଅବସରରେ ନୂଆପଡ଼ା ଜିଲ୍ଲାର ସିନାପାଲି ରେ ସେବା, ସମର୍ପଣ ଓ ଭକ୍ତିଭାବ ର ଏକ ଅନନ୍ୟ ଦୃଶ୍ୟ ଦେଖିବାକୁ ମିଳିଛି। ସିନାପାଲି ଅଗ୍ରୱାଲ ସମାଜ, ଅଗ୍ରସେନ ଭବନ କମିଟି ଓ ମାରୱାଡି ଯୁବା ମଞ୍ଚର ମିଳିତ ଆୟୋଜନରେ ସ୍ଥାନୀୟ ମାଉସୀ ମନ୍ଦିର ପରିସରରେ ସାଧାରଣ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ପାଇଁ ଅନ୍ନଭୋଗ ବଣ୍ଟନ କରାଯାଇଥିଲା।
ଏହି ପୁଣ୍ୟ କାର୍ଯ୍ୟକ୍ରମରେ ସିନାପାଲି ସହର ସମେତ ଆଖପାଖ ଅଞ୍ଚଳରୁ ଶତାଧିକ ଶ୍ରଦ୍ଧାଳୁ ଯୋଗଦେଇ ଅନ୍ନଭୋଗ ଗ୍ରହଣ କରିଥିଲେ। ଭକ୍ତମାନଙ୍କ ଉତ୍ସାହ ଓ ଆଧ୍ୟାତ୍ମିକ ପରିବେଶ ସମଗ୍ର ଅଞ୍ଚଳ କୁ ଭକ୍ତିମୟ କରିଦେଇଥିଲା।
କାର୍ଯ୍ୟକ୍ରମ ର ସଫଳ ଆୟୋଜନ ରେ ହରିଓମ ଜିନ୍ଦଲ ଓ ରାଧେଶ୍ୟାମ ଜିନ୍ଦଲଙ୍କ ସମେତ ଅଗ୍ରୱାଲ ସମାଜର ସଦସ୍ୟମାନେ ସକ୍ରିୟ ସହଯୋଗ କରିଥିଲେ। ଏଥିସହ ମାଉସୀ ମା’ ମନ୍ଦିର କମିଟି ଓ ସ୍ଥାନୀୟ ଶ୍ରଦ୍ଧାଳୁମାନଙ୍କ ବିଶେଷ ସହଯୋଗ ଏହି ସେବା କାର୍ଯ୍ୟକୁ ଆହୁରି ସଫଳ କରିଥିଲା।
ରଥଯାତ୍ରା ପରି ପବିତ୍ର ପର୍ବ ରେ ଏଭଳି ସାମାଜିକ ଓ ଧାର୍ମିକ ସେବା କାର୍ଯ୍ୟ ସମାଜ ରେ ଏକତା, ଭାଇଚାରା ଓ ମାନବସେବା ର ବାର୍ତ୍ତା ପ୍ରସାର କରୁଥିବାରୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସାର ବିଷୟ ପାଲଟିଛି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha