177
ପାହାଡ଼ ମଧ୍ୟରୁ କୁଳୁକୁଳୁ ଝରି ଆସୁଥିବା ଜଳଧାରା, ଚାରିପାଖରେ ଘଞ୍ଚ ସବୁଜ ବନାନୀ ଓ ମନୋରମ ପରିବେଶ—ଚାଉଳଧୁଆ ଜଳପ୍ରପାତ ନୂଆପଡ଼ାର ପ୍ରାକୃତିକ ଐଶ୍ୱର୍ଯ୍ୟର ଏକ ଅନନ୍ୟ ପରିଚୟ। ଏହି ଅପୂର୍ବ ପ୍ରାକୃତିକ ସମ୍ପଦ ଆମ ମାଟିର ଗର୍ବ ବୋଲି ବିଧାୟକ ଶ୍ରୀ ଢୋଲକିଆ ମତପ୍ରକାଶ କରିଛନ୍ତି।
Table of Contents

ନୂଆପଡ଼ା -୦୪/୦୯- ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ, ଘଞ୍ଚ ସବୁଜିମା ଓ ଝରଣାର ମନମୁଗ୍ଧକର ଦୃଶ୍ୟରେ ପରିପୂର୍ଣ୍ଣ ସୁନାବେଡ଼ା ଅଭୟାରଣ୍ୟର ପ୍ରସିଦ୍ଧ ଚାଉଳଧୁଆ ଜଳପ୍ରପାତ ପରିଦର୍ଶନ କରିଛନ୍ତି ନୂଆପଡ଼ା ବିଧାୟକ ଜୟ ଢୋଲକିଆ। ପ୍ରକୃତିର ଏହି ଅନନ୍ୟ ସୌନ୍ଦର୍ଯ୍ୟକୁ ନିକଟରୁ ଅନୁଭବ କରିବା ସହ ଅଞ୍ଚଳର ପର୍ଯ୍ୟଟନ ବିକାଶ ନେଇ ସେ ଦୃଢ଼ ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି।
ଗସ୍ତ ସମୟରେ ୱାଇଲ୍ଡ ଲାଇଫ୍ ଡିଏଫ୍ଓ ସମୀର ସାହୁ ବିଧାୟକଙ୍କ ସହ ଉପସ୍ଥିତ ରହି ଜଳପ୍ରପାତ ସମେତ ଏହାର ଆଖପାଖ ପରିବେଶ ଓ ପ୍ରାକୃତିକ ସମ୍ପଦ ଅନୁଧ୍ୟାନ କରିଥିଲେ। ପରିବେଶ ସୁରକ୍ଷା ସହ ପର୍ଯ୍ୟଟନର ବିକାଶ କିପରି ସମନ୍ୱୟରେ ଆଗକୁ ବଢ଼ିପାରିବ, ସେନେଇ ଉଭୟଙ୍କ ମଧ୍ୟରେ ବିସ୍ତୃତ ଆଲୋଚନା ହୋଇଥିଲା।
ଚାଉଳଧୁଆକୁ ରାଜ୍ୟ ତଥା ଜାତୀୟ ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ଦେବା ସହ ଏହାର ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ପାଇଁ ଆବଶ୍ୟକ ସମସ୍ତ ପଦକ୍ଷେପ ନିଆଯିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ଏହି ଗସ୍ତ ଅବସରରେ ଖରିଆର ରୋଡ୍ ଏନ୍ଏସି ଉପାଧ୍ୟକ୍ଷ ନିଶାନ୍ତ ଡାଗା, ସରପଞ୍ଚ କାଳିଆ ପ୍ରଧାନ, ଧନୀରାମ ସାହୁ, ରାକେଶ ଜୈନ,ଶ୍ୟାମ କେଶରୱାନୀ, ସୁନିଲ ତିୱାରୀ, ମନମିତ ସିଂ, ତ୍ରିଲୋଚନ କଟାଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।