22
ନୂଆପଡ଼ା -୧୫/୧୧- ଶିଶୁଙ୍କ ନିଷ୍ପାପ ହସ, ଅସୀମ ଉତ୍ସାହ ଓ ଅନ୍ତର୍ନିହିତ ପ୍ରତିଭାର ଅପୂର୍ବ ସମାହାର ମଧ୍ୟରେ ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଠିକପାଲି କ୍ଲଷ୍ଟର ଅନ୍ତର୍ଗତ ଶୁକ୍ଳିମୁଣ୍ଡି ବିଦ୍ୟାଳୟ ପରିସରରେ ପବିତ୍ର ଶିଶୁ ଦିବସ ଅତ୍ୟନ୍ତ ଆନନ୍ଦ ଓ ଉଲ୍ଲାସର ସହ ଗତ କାଲି ପାଳିତ ହୋଇଯାଇଛି। ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମଜୟନ୍ତୀ ତଥା ଶିଶୁ ଦିବସ ଉପଲକ୍ଷେ ଆୟୋଜିତ ଏହି ସ୍ୱତନ୍ତ୍ର ଉତ୍ସବରେ ସମଗ୍ର ବିଦ୍ୟାଳୟ ପରିସର ଏକ ଉତ୍ସବମୁଖର ପରିବେଶରେ ପରିଣତ ହୋଇଥିଲା।
ଏହି ଅବସରରେ ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ ଖଗେଶ୍ୱର ଶବର ଏବଂ ବିଦ୍ୟାଳୟ ପରିଚାଳନା କମିଟିର (SMC) ଅଧ୍ୟକ୍ଷ ଅଳସିଂ ବରିହା ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ହୋଇଥିଲେ। ଏଥିସହିତ ମାତୃ-ପିତୃ ମଞ୍ଚର କର୍ମକର୍ତ୍ତା, ଅଭିଭାବକ ଓ ଗ୍ରାମର ବୁଦ୍ଧିଜୀବୀମାନେ ବହୁ ସଂଖ୍ୟାରେ ଉପସ୍ଥିତ ରହି କୁନି କୁନି ପିଲାମାନଙ୍କୁ ଉତ୍ସାହିତ କରିଥିଲେ।
ଏହି ପୁରସ୍କାର ବିତରଣ ପିଲାମାନଙ୍କ ମଧ୍ୟରେ ନୂତନ ପ୍ରେରଣା ଓ ଆତ୍ମବିଶ୍ୱାସ ସୃଷ୍ଟି କରିଥିଲା।