66
ନୂଆପଡ଼ା -୧୬/୦୭- ଶ୍ରୀରାମ ଜନ୍ମଭୂମି ମନ୍ଦିର ନିର୍ମାଣ ପାଇଁ ସଂଗ୍ରହ ହୋଇଥିବା ଦାନ ପାଣ୍ଠିରେ ଆର୍ଥିକ ଅନିୟମିତତା କୁ ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ନୂଆପଡ଼ା ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଗତକାଲି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା କଂଗ୍ରେସ ସଭାପତି ଘାସିରାମ ମାଝିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରେସ୍ ମିଟ୍ ରେ କଂଗ୍ରେସ ନେତୃବୃନ୍ଦ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଏକାଧିକ ପ୍ରଶ୍ନ ଉଠାଇବା ସହ ସ୍ୱାଧୀନ ତଦନ୍ତ ଦାବି କରିଛନ୍ତି।
