Home ରାଜ୍ୟରାଜ୍ୟ ସରକାରଙ୍କ ଦୁଇ ବର୍ଷର ସଫଳତା : ନୂଆପଡ଼ାରେ ଜନସମ୍ପର୍କ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ।

ରାଜ୍ୟ ସରକାରଙ୍କ ଦୁଇ ବର୍ଷର ସଫଳତା : ନୂଆପଡ଼ାରେ ଜନସମ୍ପର୍କ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ।

by Maraguda Express
0 comments
ନୂଆପଡ଼ା -୦୬/୦୬- ରାଜ୍ୟ ସରକାରଙ୍କ ଦୁଇ ବର୍ଷର ସଫଳ କାର୍ଯ୍ୟକାଳ ପୂର୍ତ୍ତି ଅବସରରେ ଆୟୋଜିତ ହେବାକୁ ଥିବା ମେଗା ‘ଜନସମ୍ପର୍କ କାର୍ଯ୍ୟକ୍ରମ’କୁ ବ୍ୟାପକ ଓ ସଫଳ କରିବା ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। ଏହି ପରିପ୍ରେକ୍ଷୀରେ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ଆଭାସୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ବୈଠକରେ ଜିଲ୍ଲା ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଲମ୍ବୋଦର ଧରୁଆଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ସାମିଲ ହୋଇ ବିସ୍ତୃତ ରୂପରେଖ ପ୍ରସ୍ତୁତ କରିଛନ୍ତି।ଜିଲ୍ଲା, ବ୍ଲକ୍ ଏବଂ ଗ୍ରାମ ପଞ୍ଚାୟତ ସ୍ତରରେ ବ୍ୟାପକ ଉତ୍ସବ ଓ ଜନସମ୍ପର୍କ କାର୍ଯ୍ୟକ୍ରମ ଆୟୋଜିତ ହେବ।ସରକାରଙ୍କ ଏହି ଅଭିଯାନକୁ ଅଧିକ ଜନମୁଖୀ, ଅନ୍ତର୍ଭୁକ୍ତୀକରଣମୂଳକ ଓ ପ୍ରଭାବଶାଳୀ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।କାର୍ଯ୍ୟକ୍ରମ ପାଇଁ ସମ୍ଭାବ୍ୟ ଉପଯୁକ୍ତ ସ୍ଥାନ ଚୟନ, ପରିଚାଳନା ବ୍ୟବସ୍ଥା ଏବଂ ବିଭିନ୍ନ ବିଭାଗର ଭୂମିକା ଉପରେ ରୋଡ଼ମାପ୍ ପ୍ରସ୍ତୁତ କରାଯାଇଛି। ଜନସମ୍ପର୍କ ଅଭିଯାନର ମୂଳ ଉଦ୍ଦେଶ୍ୟ ହେଲା , “ଏହି ଉତ୍ସବ କେବଳ ସରକାରଙ୍କ ସଫଳତାର ପ୍ରଦର୍ଶନ ନୁହେଁ, ବରଂ ସାଧାରଣ ଜନତାଙ୍କ ସହ ସରକାର ଙ୍କ ସମ୍ପର୍କକୁ ଆହୁରି ସୁଦୃଢ଼ କରିବାର ଏକ ଶ୍ରେଷ୍ଠ ସୁଯୋଗ।” ବୋଲି ଜିଲ୍ଲାପାଳ ଶ୍ରୀ ଦାଶ  ଗୁରୁତ୍ୱାରୋପ କରିଛନ୍ତି। ରାଜ୍ୟବ୍ୟାପୀ ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ ହେଉଛି ବିଗତ ଦୁଇ ବର୍ଷ ମଧ୍ୟରେ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା, ବିକାଶମୂଳକ ପଦକ୍ଷେପ ଏବଂ ସଫଳତାକୁ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବା। ଏହାସହ ସରକାରୀ ସେବା ବିଷୟରେ ସଚେତନତା ସୃଷ୍ଟି କରି ଜନସାଧାରଣଙ୍କ ସକ୍ରିୟ ଭାଗିଦାରୀ ନିଶ୍ଚିତ କରିବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଛି।                                ଜିଲ୍ଲାପାଳ ଶ୍ରୀ ଦାଶ ସ୍ପଷ୍ଟ କରିଛନ୍ତି ଯେ, କାର୍ଯ୍ୟକ୍ରମ ର ସଫଳତା ସମସ୍ତ ବିଭାଗର ମିଳିତ ସମନ୍ୱୟ ଏବଂ ସହଯୋଗ ଉପରେ ନିର୍ଭର କରେ। ପ୍ରତ୍ୟେକ ବିଭାଗ ନିଜ ନିଜର ଆଗୁଆ ପ୍ରସ୍ତୁତି ଶେଷ କରି ଅର୍ପିତ ଦାୟିତ୍ୱ କୁ ସୁଚାରୁ ରୂପେ ନିର୍ବାହ କରିବାକୁ ସେ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha