Home ରାଜ୍ୟହାତୀବନ୍ଧା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ମୋହନ ଚରଣ ମେହେରଙ୍କୁ ଭାବପୂର୍ଣ୍ଣ ବିଦାୟ ସମ୍ବର୍ଦ୍ଧନା।

ହାତୀବନ୍ଧା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ମୋହନ ଚରଣ ମେହେରଙ୍କୁ ଭାବପୂର୍ଣ୍ଣ ବିଦାୟ ସମ୍ବର୍ଦ୍ଧନା।

by Maraguda Express
0 comments
ନୂଆପଡ଼ା -୩୦/୦୮- ସିନାପାଲି ବ୍ଲକ ଅନ୍ତର୍ଗତ ହାତୀବନ୍ଧା କ୍ଲଷ୍ଟରର ହାତୀବନ୍ଧା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ଭାବପୂର୍ଣ୍ଣ କ୍ଲଷ୍ଟର ସ୍ତରୀୟ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ବରପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହଶିକ୍ଷକ ମୋହନ ଚରଣ ମେହେରଙ୍କ ଦୀର୍ଘ ଦିନର ନିଷ୍ଠାପର ସେବା ଓ ଶିକ୍ଷାଦାନ କାର୍ଯ୍ୟର ସ୍ମୃତିଚାରଣ କରି ତାଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।
​🎯 ସିଆରସିସି (CRCC) ଉପେନ୍ଦ୍ର ସୁନାନୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାରୋହରେ:
​🔷 ମୁଖ୍ୟ ଅତିଥି: ଏବିଇଓ (ABEO) ଅରୁଣ କୁମାର ଯୋଷୀ
​🔷 ମୁଖ୍ୟ ବକ୍ତା: କନ୍ଦର୍ପ ମେହେର
​🔷 ସମ୍ମାନିତ ଅତିଥି: କୈଳାଶ ଚନ୍ଦ୍ର ମେହେର ଓ ମାଧୁରୀ ମାଝୀ
​କାର୍ଯ୍ୟକ୍ରମର ଶୁଭାରମ୍ଭ ସ୍ଥାନୀୟ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ମନୋରମ ସ୍ୱାଗତ ସଙ୍ଗୀତ ଓ ନୃତ୍ୟ ପରିବେଷଣ ସହ ହୋଇଥିଲା। ଅତିଥିମାନେ ବିଦାୟୀ ଶିକ୍ଷକ ଶ୍ରୀ ମେହେରଙ୍କ ଆଦର୍ଶ ଶିକ୍ଷକତା, ଛାତ୍ରବତ୍ସଳ ଗୁଣ ଓ ଶିକ୍ଷା କ୍ଷେତ୍ରରେ ତାଙ୍କର ଅତୁଳନୀୟ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ତାଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା। ବିନ୍ଦୁ ବେହେରା ମାନପତ୍ର ପାଠ କରିଥିବା ବେଳେ ଅତୁଳ କୁମାର ପାତ୍ର ମଞ୍ଚ ପରିଚାଳନା କରିଥିଲେ। ପରିଶେଷରେ ବେଣୁଧର ନାଏକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
​ଏହି ସମାରୋହରେ ବିନୋଦ ବିହାରୀ ଚିନାଗୁନ, ନିରାକାର କଟା, ନୃସିଂହ ଚନ୍ଦ୍ର କଟା, ଅଖିଳ ମାଝୀ, ସୁଶାନ୍ତ କାଣ୍ଡ, ବିଷ୍ଣୁମୁରାରୀ କାଣ୍ଡ, ପ୍ରଶାନ୍ତ କୁମାର ଲେଙ୍କା, ଆନନ୍ଦ ନାଏକ, ରୋମଞ୍ଚଳ ମେହେର, ବିଭୀଷଣ ମେହେର, ବଦ୍ରିନାରାୟଣ ଖମାରୀ, ହେମନ୍ତ ମଣି କଟା, ଯୁବରାଜ ଟାକ୍ରି, ତିଲାରମ୍ ତାଣ୍ଡି, ରାଜେନ୍ଦ୍ର ଶିପକା, କିଶୋର ଚନ୍ଦ୍ର ମେହେର, ସୁଲୋଚନା ମାଝୀ, ଅଞ୍ଜୁ ସାହୁ, ରଶ୍ମିତା ମାଝୀ, ନମିତା ପରିଡ଼ା, ରଞ୍ଜିତା ମେହେର, ବିନିଶା ମେହେର, ଉର୍ମିଳା ମାଝୀ, ପଦ୍ମଲତା ନାଏକ ଏବଂ ରୀନା ମାଝୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସଫଳ କରାଇବାରେ ସହଯୋଗ କରିଥିଲେ। (Thumbnail AI Photo)
​

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha