Home ରାଜ୍ୟ୧୪ ବର୍ଷ ଚାକିରୀ କଲେ ହେଲେ ରେଗୁଲାର ହେଲା ନି ଚାକିରୀ : ମାନସିକ ଚାପରେ ପରିବାରକୁ ଏକାକୀ ଛାଡି ଆରପାରି କୁ ଶିକ୍ଷକ- ମୋହନ

୧୪ ବର୍ଷ ଚାକିରୀ କଲେ ହେଲେ ରେଗୁଲାର ହେଲା ନି ଚାକିରୀ : ମାନସିକ ଚାପରେ ପରିବାରକୁ ଏକାକୀ ଛାଡି ଆରପାରି କୁ ଶିକ୍ଷକ- ମୋହନ

by Maraguda Express
0 comments
ନୂଆପଡା- ୧୩/୧୧ (ସୁରେନ୍ଦ୍ର ତିୱାରୀ) ଦୀର୍ଘ ପ୍ରାୟ ୧୪ ବର୍ଷ ଚାକିରୀ କଲାପରେ ମଧ୍ୟ ରେଗୁଲାର ହେଇପାରିଲାନି ହିନ୍ଦୀ ଶିକ୍ଷକ ପଦବୀ। ଶେଷରେ ବ୍ରେନହେମରେଜ ରେ ଚାଲିଗଲା ତାଙ୍କଜୀବନ। ପରିବାରକୁ ଏକାକି ଛାଡି ଚାଲିଗଲେ ଆରପାରିକୁ ଶିକ୍ଷକ ମୋହନ ନାଏକ। ପଛରେ ଛାଡ଼ିଗଲେ ତିନି ଝିଅ ଓ ଗୋଟିଏ ପୁଅ। ସ୍ତ୍ରୀ ଦ୍ରୌପଦୀ ବର୍ତ୍ତମାନ ଅସହାୟ ହୋଇ ପଡିଛନ୍ତି। କେମିତି କରିବେ ତାଙ୍କର ପରିବାର ପ୍ରତିପାଳନ ମୁଣ୍ଡ ଉପରେ ଚଡ଼କ ପଡ଼ିଛି। ମୋହନ ଜଣେ ଗରିବ ପରିବାରରୁ ଆସି ୧୪ ବର୍ଷ ହେଲା କେନ୍ଦ୍ର ସରକାରଙ୍କ ଅଧିନସ୍ଥ ଏକଲବ୍ୟ ବିଦ୍ୟାଳୟ ନୂଆପଡା ରେ  ଜଣେ ହିନ୍ଦୀ ଶିକ୍ଷକ ହିସାବରେ ଶିକ୍ଷକତା କରି ଆସୁଥିଲେ। ମନରେ ଅନେକ ସ୍ୱପ୍ନ ତଥା ଆକାଂକ୍ଷା ନେଇ ନିଜ ପରିବାର ଗଢ଼ିଥିଲେ। ସରକାର ଛଅ ବର୍ଷରେ ନିୟମିତ କରିବାର ଡେଙ୍ଗୁରା ପିଟୁଥିବାବେଳେ ୧୪ ବର୍ଷ ଚାକିରିକାଳ ହେଲାପରେ ବି ନିୟମିତ ହେଇପରିଲେନି ମୋହନ। ମାନସିକ ଦୁଶ୍ଚିନ୍ତାରେ ଚାପଗ୍ରସ୍ତ ହୋଇ ପକ୍ଷାଘାତ ହୋଇ ପଡି ଚିକିତ୍ସିତ ହେଉଥିଲେ। ଅନେକ ଚେଷ୍ଟା ପରେ ସେ ନିଜ ପରିବାରର କୁ ଛାଡି ଆରପାରିକୁ ଚାଲିଯାଇଛନ୍ତି। ପରିବାରକୁ ସାହା ହେବାକୁ କେହି ନାହାନ୍ତି। ନା ଅଛି ପେନସନ ର ଭରଷା ନା ଅଛି କୌଣସି ପ୍ରକାରର ସହଯୋଗର ହାତ। ତାଙ୍କୁ ସରକାର କିଭଳି ସହଯୋଗ କରିପାରିବେ ସେହି ଆଶାରେ ତାଙ୍କ ପରିବାର ପ୍ରଶାସନ ଉପରେ ଆଶା ଓ ଭରଷା କରିଛନ୍ତି। ସେହିପରି ଅନେକ ଟିଜିଟି ଶିକ୍ଷକ ମଧ୍ୟ ଏହି ଘଟଣାରେ ମ୍ରିୟମାଣ ହୋଇପଡିଛନ୍ତି। ତାଙ୍କ ପରିବାର ମଧ୍ୟ ଏପରି ପରିସ୍ଥିତିରେ ନ ପଡୁ ସେଥିପ୍ରତି ସରକାର ତୁରନ୍ତ ପଦକ୍ଷେପ ନେବାକୁ ସେମାନେ ଗଣମାଧ୍ୟମ ପ୍ରତିନିଧିଙ୍କ ଜରିଆରେ ସରକାର ଙ୍କୁ ଅନୁରୋଧ କରିଛନ୍ତି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha