22
ନୂଆପଡା ୧୦/୪- ନୂଆପଡା ଜିଲ୍ଲା କୋମନା ବ୍ଲକ ଗଣ୍ଡାମେର ପଞ୍ଚାୟତ ଅନ୍ତର୍ଗତ ଦାବ୍ରୀଗ୍ରାମ ଠାରେ ଷୋହଲ ପ୍ରହର ଅଖଣ୍ଡ ନାମ ଯଜ୍ଞ ଅନୁଷ୍ଠିତ ହେଉଅଛି । କଳସ ଯାତ୍ରା ଓ ଅଧିବାସ ଗୁରୁବାର ୨୩ ଏପ୍ରିଲ ୨୦୨୬ ଦିନ ଆୟୋଜିତ ହେଉ ଥିବା ବେଳେ ଶୁକ୍ରବାର ସକାଳୁ ନାମ ଆରମ୍ଭ ହୋଇ ରବିବାର ପୂର୍ଣାହୁତି ପଡ଼ିବ । କର୍ତ୍ତା ରୂପେ ବିରଞ୍ଚି ଶବର ଓ ତାଙ୍କ ଧର୍ମପତ୍ନୀ ଜୟନ୍ତୀ ଶବର ଦାୟିତ୍ୱ ତୁଲାଉ ଥିବା ବେଳେ ରଘୁମଣି ଯୋଷୀ ପୌରୋହିତ୍ୟ କରିବେ । ସରପଞ୍ଚ ହୃଷିକେଶ ଶବର,ଶଙ୍କର ଶବର, ଶିଶୁ ଦେବ ଶବର, ହରିଦାସ ଶବର, ଗୁଣନିଧି ଶବର, ହରି ସିଂ ଶବର,କିଶୋର ଶବର, କୁଷଧ୍ଵଜ୍ ଶବର, ଡୋଳାମଣି ଶବର, ମକାରୁ ଶବର, ବ୍ରହ୍ମାନନ୍ଦ ଶବର, ପାଣ୍ଡବ ଶବର, ସୁରୁ ସିଂ ଶବର,ଦାମୋଦର ଶବର, ଘାସିରାମ ଶବର, ରାଜେନ୍ଦ୍ର ଶବର , ସନ୍ତୋଷ ଶବର , ବିଶ୍ଵାମିତ୍ର ଶବରୁ, ଭୁବନେଶ୍ୱର୍ ଶବର, ମନଶୁ ଶବର, ରୁକମନ୍ ଶବର, ସରୋଜ କୁମାର ଶବର,ବିଦ୍ୟାଧର ଶବର, ବାଙ୍କ ଶବର,ଦେବେନ୍ଦ୍ର ଶବର ପ୍ରମୁଖ ଉପରୋକ୍ତ ଷୋହଳ ପ୍ରହରୀ ନାମ ଯଜ୍ଞ ରେ ପୁର୍ଣ୍ଣ ରୁପେ ସାହାଯ୍ୟ ସହଯୋଗ କରି ସଫଳ କରିବା ନିମନ୍ତେ ଅଣ୍ଟା ଭିଡ଼ି ଥିବା ବେଳେ ଆଖପାଖ ଅଞ୍ଚଳ ର ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ଏଠାରେ ଆସି ନାମ ଯଜ୍ଞ ରେ ସାମିଲ ହୋଇ ପ୍ରାସାଦ ସେବନ କରିବାକୁ ନିବେଦନ କରିଛନ୍ତି।