Home ରାଜ୍ୟଏସ୍‌ୟୁପି ବିରୋଧୀ କଡ଼ା କାର୍ଯ୍ୟାନୁଷ୍ଠାନ: ବାରମ୍ବାର ନିୟମ ଉଲ୍ଲଂଘନ ଅଭିଯୋଗରେ ଦୋକାନ ସିଲ୍।

ଏସ୍‌ୟୁପି ବିରୋଧୀ କଡ଼ା କାର୍ଯ୍ୟାନୁଷ୍ଠାନ: ବାରମ୍ବାର ନିୟମ ଉଲ୍ଲଂଘନ ଅଭିଯୋଗରେ ଦୋକାନ ସିଲ୍।

by Maraguda Express
0 comments
ନୂଆପଡ଼ା-୨୦/୭ -ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ନିର୍ଦ୍ଦେଶକ୍ରମେ ନୂଆପଡ଼ା ଜିଲ୍ଲା ସ୍ୱଚ୍ଛତା ଦଳ ଏବଂ ନୂଆପଡ଼ା ଏନ୍‌ଏସି ପକ୍ଷରୁ ନୂଆପଡ଼ା ଦୈନିକ/ସାପ୍ତାହିକ ବଜାରରେ ନିଷିଦ୍ଧ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ (SUP) ବ୍ୟବହାର ଉପରେ ସ୍ୱତନ୍ତ୍ର ଚଢ଼ାଉ ଏବଂ ଯାଞ୍ଚ ଅଭିଯାନ କରାଯାଇଥିଲା। ଜିଲ୍ଲାକୁ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ମୁକ୍ତ କରିବା ଏବଂ ପରିବେଶ ଅନୁକୂଳ ବିକଳ୍ପର ବ୍ୟବହାରକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।ଯାଞ୍ଚ ସମୟରେ ବଜାରସ୍ଥିତ ପିଆଜ ଓ ଆଳୁ ବ୍ୟବସାୟୀ ତାରକେଶ୍ୱର ଗୁପ୍ତାଙ୍କ ଦୋକାନରେ ନିଷିଦ୍ଧ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ କ୍ୟାରି ବ୍ୟାଗ୍ ସମେତ ଅନ୍ୟାନ୍ୟ SUP ସାମଗ୍ରୀ ଗଚ୍ଛିତ ଏବଂ ବ୍ୟବହୃତ ହେଉଥିବା ଜଣା ପଡିଥିଲାl ଦୋକାନରୁ ପ୍ରାୟ ୨ କିଲୋଗ୍ରାମ ନିଷିଦ୍ଧ SUP ସାମଗ୍ରୀ ଜବତ କରାଯାଇ ଘଟଣାସ୍ଥଳରେ ନଷ୍ଟ କରାଯିବା ପରେ ଏନ୍‌ଏସି କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଥିଲା।ପ୍ରଶାସନିକ ସୂଚନା ଅନୁଯାୟୀ, ଉକ୍ତ ବ୍ୟବସାୟୀ ପୂର୍ବରୁ ମଧ୍ୟ ଏକାଧିକ ଥର ନିଷିଦ୍ଧ SUP ବ୍ୟବହାର ଅଭିଯୋଗରେ ଧରାପଡ଼ିଥିଲେ ଏବଂ ସକ୍ଷମ କର୍ତ୍ତୃପକ୍ଷଙ୍କ (competent authority) ଦ୍ୱାରା ବାରମ୍ବାର ଜରିମାନା ଆଦାୟ କରାଯାଇଥିଲେ ମଧ୍ୟ ନିୟମ ପ୍ରତି ଅବହେଳା ଜାରି ରଖିଥିଲେ। ପ୍ରଶାସନର ବାରମ୍ବାର ସତର୍କବାଣୀ, ସଚେତନତା ଏବଂ ଆଇନଗତ ପଦକ୍ଷେପକୁ ଅମାନ୍ୟ କରିବା ଫଳରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମ, ୨୦୨୬ ଅନୁଯାୟୀ ଉକ୍ତ ଦୋକାନକୁ ସିଲ୍ କରିବା ପାଇଁ ସ୍ଥିର କରାଯାଇଥିଲା।ସ୍ଥାନୀୟ ପୋଲିସର ଉପସ୍ଥିତିରେ ଦୋକାନ ମାଲିକଙ୍କ ସମ୍ମୁଖରେ ଦୋକାନର ଯାଞ୍ଚ କରାଯାଇଥିଲା। ଯାଞ୍ଚ ପରେ ସମସ୍ତ ଆଇନଗତ ପ୍ରକ୍ରିୟା ଅନୁସରଣ କରି ଦୋକାନକୁ ବିଧିବଦ୍ଧ ଭାବେ ସିଲ୍ କରାଯାଇଥିଲା।  ସିଲ୍ ହୋଇଥିବା ଦୋକାନର କୌଣସି ସାମଗ୍ରୀରେ ପରିବର୍ତ୍ତନ, ସ୍ଥାନାନ୍ତର, ବିକ୍ରୟ ନ କରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।ଏହି ଚଢ଼ାଉରେ ସମ୍ପାଦକ, ନିୟନ୍ତ୍ରିତ ବଜାର ସମିତି ଆର୍ଯ୍ୟ କୁମାର ମୁଦୁଲି, ଜିଲ୍ଲା ସ୍ୱଚ୍ଛତା ସଂଯୋଜକ ଅନିଲ କୁମାର ଲେଙ୍କା, ଉପ-ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଓରମାସ ବିଦେଶ ଘୋଷ, ସ୍ପେଶାଲ୍ ଅଫିସର, ସି ବି ଡି ଏ ବିଜୟାନନ୍ଦ ମଲ୍ଲିକ, କାର୍ଯ୍ୟନିର୍ବାହୀ ଅଧିକାରୀ, ନୂଆପଡ଼ା ଏନ୍‌ଏସି ସନ୍ଦୀପ ଚନ୍ଦ୍ରାକରଙ୍କ ସମେତ ଏନ୍‌ଏସିର କର୍ମଚାରୀ ସ୍ୱଚ୍ଛତା ବିଶେଷଜ୍ଞ ରାଜୀବ କୁମାର ପାତ୍ର, ସ୍ୱଚ୍ଛତା ସୁପରଭାଇଜର ଯଜ୍ଞସେନୀ ମହାପାତ୍ର, ଗିରିଶ, ପ୍ରେମଲାଲ ଗୌଡ଼ ଏବଂ ଅନ୍ୟାନ୍ୟ ସ୍ୱଚ୍ଛତା ଦଳର ସଦସ୍ୟମାନେ ସାମିଲ ହୋଇଥିଲେ। ସ୍ଥାନୀୟ ପୋଲିସର ସହଯୋଗରେ ସମଗ୍ର କାର୍ଯ୍ୟାନୁଷ୍ଠାନ ଶାନ୍ତିପୂର୍ଣ୍ଣ, ସ୍ୱଚ୍ଛ ଏବଂ ଆଇନସମ୍ମତ ଭାବେ ସମ୍ପନ୍ନ ହୋଇଥିଲା।ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସାୟୀ ଓ ସାଧାରଣ ଜନସାଧାରଣଙ୍କୁ ନିଷିଦ୍ଧ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ବ୍ୟବହାରରୁ ସମ୍ପୂର୍ଣ୍ଣ ବିରତ ରହିବା ସହ କପଡ଼ା ବ୍ୟାଗ୍, କାଗଜ ବ୍ୟାଗ୍, ପତ୍ର ଥାଳି ଓ ଅନ୍ୟାନ୍ୟ ପରିବେଶ ଅନୁକୂଳ ବିକଳ୍ପ ସାମଗ୍ରୀ ବ୍ୟବହାର କରିବାକୁ ପୁନର୍ବାର ଆହ୍ୱାନ କରାଯାଇଛି। ପ୍ରଶାସନ ସ୍ପଷ୍ଟ କରିଛି ଯେ, ନିଷିଦ୍ଧ SUP ବ୍ୟବହାର ବିରୋଧରେ ଏଭଳି ସ୍ୱତନ୍ତ୍ର ଚଢ଼ାଉ ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ଆଗାମୀ ଦିନରେ ମଧ୍ୟ ନିୟମିତ ଭାବେ ଜାରି ରହିବ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha